ରାସ୍ତା ଘାଟରେ ଯିଏ ଯାଉଥିଲା ଗୋଡେଇ ଗୋଡେଇ କାମୁଡୁଥିଲା ବୁଲା କୁକୁର, ଏମିତି ପ୍ରତିଶୋଧ ନେଲେ ଗାଁ ଲୋକ
ସାଲେପୁର : ଆପଣ ଥରେ ଭାବନ୍ତୁ, ଆପଣ ବାଇକରେ ଯାଉଥିବେ କିମ୍ବା ସାଇକେଲରେ ଯାଉଥିବେ ଆଉ ଆପଣଙ୍କୁ କୁକୁର ଗୋଡାଇ ଗୋଡାଇ କାମୁଡିବ । ସେତେବେଳେ କେମିତି ଲାଗେ, ନିଶ୍ଚିତ ଭାବେ ଛାତି ଥରିଯିବ, ଭୟରେ ସ୍ପିଡରେ ଗାଡି ଚଲାଇ ପଳାଇବେ ନହେଲେ ତାକୁ ଯା ଯା କହି ତଡିବେ । ଏମିତି ତ ରାତିରେ ଗଲାବେଳେ ବୁଲା କୁକୁରମାନେ ଜଣେ କାହାକୁ ଦେଖିଲେ ଭୋକି ଭୋକି କାମୁଡିବା ପାଇଁ ଦଉଡିଆସନ୍ତି ।
ଥରେ ଏହି ଚିତ୍ରକୁ ଟିକେ ଦେଖନ୍ତୁ । ସ୍କୁଟିରେ ବସି ଯାଉଛନ୍ତି ଦୁଇ ଜଣ । ପଛରେ ବସିଛନ୍ତି ଜଣେ ମହିଳା । ଆଉ ସେମାନେ ଗଲାବେଳେ କୁକୁରଟି କେମିତି ବଡ ଆଁ କରି ତାଙ୍କ ଗୋଡକୁ କାମୁଡି ଦେଉଛି । କିନ୍ତୁ ଲୋକମାନେ ସେତେବେଳେ ତାକୁ ଗୋଡାଇବାରୁ କୁକୁରଟି ଦୌଡି ପଳାଇଲା ।
ହଁ ଆଜ୍ଞା ଏ ବୁଲା କୁକୁର ପଛରେ ଲୋକେ ପୂରା ପଡିଯାଇଛନ୍ତି । ସେ କୁଆଡେ ଯାଉଛି, କାହାକୁ କାମୁଡୁଛି ଏସବୁ ଉପରେ ନଜର ରଖି ରଖି ତା ପଛରେ ଗୋଡାଉଛନ୍ତି ଲୋକେ । କେମିତି ବା ଗୋଡାଇବେନି । ଏ ବୁଲା କୁକୁର ଜଣେ କି ଦୁଇ ଜଣ ନୁହେଁ ୬ ଜଣଙ୍କୁ କାମୁଡିକି ହସ୍ପିଟାଲରେ ପକାଇ ଦେଇଛି ।
ପାଗଳ ଷଣ୍ଢ ଆକ୍ରମଣ ପରେ ଏବେ ପାଗଳ କୁକୁରର ଆତଙ୍କ ରେ ଅତିଷ୍ଠ ହୋଇଛନ୍ତି ଜନ ସାଧାରଣ । ଆଜି ସାଲେପୁର କଲେଜ ରୋଡରୁ ସାଲେପୁର ବଜାର ମଧ୍ୟରେ ଏକ ପାଗଳ କୁକୁର କାମୁଡ଼ାରେ ପ୍ରାୟ ୬ ଜଣ ବ୍ୟକ୍ତି ଆହତ ହୋଇ ସାଲେପୁର ଗୋଷ୍ଟି ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହୋଇଛନ୍ତି । ସାଲେପୁରରେ ବୁଲା ଷଣ୍ଢ କୁକୁର ମାଙ୍କଡଙ୍କ ଉତ୍ପାତ ବୁଦ୍ଧି ପାଉଥିବା ବେଳେ ପ୍ରଶାସନ କିମ୍ବା ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।