ଗଜପତି: ମୋହନା ସହରରେ ମାତିଛି ପାଗଳା କୁକୁର, ୩ ଜଣକୁ କାମୁଡିଲାଣି କିନ୍ତୁ ମେଡିକାଲରେ ନାହିଁ କୁକୁର କାମୁଡା ଇଞ୍ଜେକ୍ସନ

ମୋହନା(କେନ୍ୟୁଜ୍):  ଗତ ଏକ ସପ୍ତାହ ହେଲା ଗଜପତି ଜ଼ିଲ୍ଲା ମୋହନା ସହର ରେ ପାଗଳ କୁକୁର ଆତଙ୍କ ଖେଳାଉଛି l ଗତ ଏକ ସପ୍ତାହ ତଳେ ଏକା ସାଙ୍ଗରେ ଆଠ ଜଣ ବ୍ୟକ୍ତିଙ୍କୁ କୁକୁର କାମୁଡି ଥିବା ବେଳେ ଶନିବାର ମୋହନା ଖ୍ରୀଷ୍ଟିଆନ ସାହିର ବସନ୍ତ ନାୟକ(୬)କୁନ୍ତଳା ନାୟକ(୬୦)ଏବଂ ବଜ଼ାର ସାହିର ସନ୍ତୋଷ ପାଣିଗ୍ରାହୀ (୫୦) ଙ୍କୁ ପାଗଳ କୁକୁର କାମୁଡ଼ିଛି l ତେବେ ପରିତାପର ବିଷୟ ମୋହନା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୁକୁର କାମୁଡା ଇଞ୍ଜେକ୍ସନ (ଆଣ୍ଟି ରାବିଟ) ଗଚ୍ଛିତ ନାହିଁ l ଫଳରେ ଔଷଧ ଦୋକାନରୁ ଗରିବ ଲୋକମାନେ ଖର୍ଚ୍ଚାନ୍ତ ହୋଇ ଚଢା ଦରରେ ଇଞ୍ଜେକ୍ସନ କିଣୁଛନ୍ତି l

ପ୍ରାୟ ଏକ ବର୍ଷ ହେବ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ଜଣାପଡିଛି l ଏନେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ପାତ୍ର ଙ୍କ ସହ ଯୋଗାଯୋଗ କରିବାରୁ ଇଞ୍ଜେକ୍ସନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗଚ୍ଛିତ ରହିବା କଥା କିନ୍ତୁ ନାହିଁ ଏନେଇ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛନ୍ତି l ଅନ୍ୟପଟେ ପାଗଳ କୁକୁର ଟି ସହରରେ ବୁଲି ତାର ଆତଙ୍କ ଜାରି ରଖିଥିବା ବେଳେ ତାକୁ କିଭଳି କାବୁ କରାଯିବ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ l ଅତିଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.