ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ପାଗଳ ବିଲୁଆ । କାହାରିକୁ ବି ଛାଡୁନି । ବଡଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରୁଛି ଆକ୍ରମଣ । ତେବେ କିନ୍ତୁ ବିଲୁଆ ଆତଙ୍କରେ ଲୋକମାନେ ଘରୁ ବାହାରୁନଥିବା ବେଳେ ଏହାର ପୂର୍ଣଛେଦ ପକାଇଛନ୍ତି ଜଣେ ଯୁବକ ।
ଘଟଣା ଅନୁଯାଇ ବେଗୁନିଆବସ୍ତ ଗ୍ରାମର ବେବି ସେଠୀ ନାମକ ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାଟି ତା ମାଆ ସହିତ ରଜ ବୁଲିବାକୁ ମାମୁଁ ଘରକୁ ଆସିଥିଲେ । ତେବେ ଏହି ସମୟରେ ନିଜ ମାମୁଘର ଠାରୁ କିଛି ଦୂରରେ ରସ୍ତକଡରେ ରହିଥିବା ଏକ ଜାମୁକୋଳି ଗଛ ନିକଟକୁ କୋଳି ଖାଇବା ପାଇଁ ଯାଇଥିବା ବେଳେ ସେଠାରେ ଏକ ବିଲୁଆ ଏହି ପାଞ୍ଚ ବର୍ଷର କୁନି ଝିଅଟିକୁ ଆକ୍ରମଣ କରିଥିଲା ।
ଝିଅଟିକୁ ଏକୁଟିଆ ପାଇ ଝିଅଟିର ଜଙ୍ଘ ପାଖକୁ କାମୁଡି ଟାଣି ଟାଣି ନେଇଯାଉଥିବା ସମୟରେ ଅସ୍ତରଙ୍ଗ ପଟୁ ଏକ ମୋଟରସାଇକେଲ ଯୋଗେ ଆସୁଥିବା ଦୁଇ ଯୁବକ ସେହିବାଟ ଦେଇ ଯାଉଥିବା ସମୟରେ ଏହି ଘଟଣାକୁ ଦେଖିବାକୁ ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ସେଠାରେ ଅଟକି ବିଲୁଆଟିକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଲୁଆଟି ସେହି କୁନି ଝିଅଟିକୁ ଟାଣି ଟାଣି ଗହିର ମଧ୍ୟକୁ ନେଇ ଯାଉଥିଲା | ଏହି ସମୟରେ ଦୁଇ ଯୁବକ ବିଲୁଆକୁ ନିଜ ହାତରେ କାବୁ କରି ବିଲୁଆ ମୁହଁରୁ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥଲେ । ବିଲୁଆ ଉଦ୍ଧାର କରିଥିବା ଯୁବକଙ୍କ ମଧ୍ୟରୁ ଜଣକୁ ଆକ୍ରମଣକରି ତାଙ୍କ ଗୋଡକୁ କାମୁଡି ଦେବା ସହିତ ଅଧିକ ହିଂସ୍ର ହୋଇପଡିଥିଲା ।
ପରବର୍ତ୍ତୀ ସମୟରେ ଗାଁର ଲୋକମାନେ ସେଠାରେ ପହଞ୍ଚି ବିଲୁଆଟିକୁ ବାଡ଼େଇ ବାଡ଼େଇ ମାରିଦେଇଥିଲେ । କିନ୍ତୁ ବିଲୁଆ ଆକ୍ରମଣରେ ଶିଶୁ କନ୍ୟାଟି ଗୁରୁତର ଆହତ ହୋଇଥିବା ବେଳେ ଦୁଇଜଣ ଯୁବକଙ୍କ ସାହସିକତା ପାଇଁ ତାର ଜୀବନ ବଞ୍ଚିଯାଇଥିଲା ।