Categories: ରାଜ୍ୟ

ମାଧବାନନ୍ଦଙ୍କ ଠାରୁ ଶ୍ରୀକ୍ଷେତ୍ରକୁ ଗଲା ପ୍ରଥମାଷ୍ଟମୀ ଭାର

ନିଆଳି (କେ ନ୍ୟୁଜ୍‌) : ପୁଣି ଉଜ୍ଜୀବିତ ହେଲା ପରମ୍ପରା । ମାମୁଁ ଘରୁ ଭଣଜା ଘରକୁ ଗଲା ପଢୁଆଁ ଭାର । ଏ ଭାର ମଣିଷ ପାଇଁ ନୁହେଁ, ଠାକୁରଙ୍କ ଲାଗି ପଠା ଯାଇଛି । ପୁରୀ ଶ୍ରୀକ୍ଷେତ୍ରକୁ ଖୋଦ୍‌ ଜଗନ୍ନାଥଙ୍କ ପାଖକୁ ଯାଇଛି ତାଙ୍କ ମାମୁଁ ଘରୁ ପ୍ରଥମାଷ୍ଟମୀ ଭାର । ଆପଣ ପଚାରି ପାରନ୍ତି ଜଗନ୍ନାଥଙ୍କର ମାଉସୀ ଘର ଜାଣିଛୁ ହେଲେ ମାମୁଘର କେଉଁଠି ? ଆଜ୍ଞା ହଁ, ଜଗନ୍ନାଥଙ୍କ ନିକଟକୁ ମାମୁଁ ମାଧବାନନ୍ଦଙ୍କ ତରଫରୁ ଏଇ ଭେଟି ଦିଆଯାଇଛି। କଟକ ଜିଲ୍ଲା ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଠାକୁରଙ୍କ ମନ୍ଦିରକୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ବୋଲି କୁହାଯାଏ । କିଛି ବର୍ଷ ତଳେ ଏଠାରୁ ପ୍ରଥମାଷ୍ଟମୀ ଭାର ପଠାଇବା ପ୍ରଥା ବନ୍ଦ ହୋଇ ଯାଇଥିଲା । ଏବେ ପୁଣି ଥରେ ଏହି ପରମ୍ପରାକୁ ଆରମ୍ଭ କରାଯାଇଛି ।

ରାତି ପାହିଲେ ପ୍ରଥମାଷ୍ଟମୀ । ପଢୁଆଁ ହେବେ ପ୍ରଭୁ ଶ୍ରୀ ଜଗନ୍ନାଥ । ସେଥିପାଇଁ ଭଣଜା ନିକଟକୁ ଅରୁଆ ଚାଉଳ, ବିରି, ନଡିଆ, ଖଣ୍ଡୁଆ ପାଟ ଏବଂ ତୁଳସୀ ଆଦି ପଠାଇଛନ୍ତି ମାମୁଁ ମାଧବାନନ୍ଦ । ୩୬ ନିଯୋଗ କାନ୍ଧରେ ଧରି ପହଞ୍ଚିବେ ଭଣଜା ଘରେ । ଏସବୁ ପଠାଯିବା ବେଳେ ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ, ନୃତ୍ୟ ଏବଂ ଭଜନରେ ଉଛୁଳି ପଡ଼ିଲା ମାମୁଁ ଘର । ଖଣ୍ଡୁଆପାଟରେ ପଢୁଆଁ ହେବେ ଭଣଜା ଜଗନ୍ନାଥ ।


ଏହି ନିଆରା ଉତ୍ସବରେ କଟକ ଜିଲ୍ଲା ନିଆଳି ଏବଂ ଆଖାପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ନିଜକୁ ସାମିଲ୍‌ ହୋଇଥିଲେ ।
ଲୋକକଥା ଅନୁସାରେ ଶ୍ରୀଜଗନ୍ନାଥୁଙ୍କ ମାମୁଁ ଘର ହେଉଛି ନିଆଳିର ପ୍ରସିଦ୍ଧ ମାଧବାନନ୍ଦ । ପ୍ରତିବର୍ଷ ଜଗନ୍ନାଥଙ୍କୁ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ପଢୁଆଁ କରାଯାଇଥାଏ । ହେଲେ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ହୋଇଯାଇଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସନ ଏବଂ ମାଧବାନନ୍ଦ ଟ୍ରଷ୍ଟ ପକ୍ଷରୁ ମିଳିତ ଭାବେ ଆଲୋଚନା କରାଯାଇ ପୁଣି ଥରେ ଆରମ୍ଭ ହୋଇଛି ଏହି ଅନନ୍ୟ ପ୍ରଥା ।

ଚଳିତ ବର୍ଷ ଠାରୁ ମାମୁଁ ଘର ମାଧବାନନ୍ଦଙ୍କ ତରଫରୁ ଭଣଜା ଜଗନ୍ନାଥଙ୍କୁ ପଢୁଆଁ କରାଯିବ । କେବଳ କାଳି ଠାକୁର ନୁହେଁ, ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ନୂଆ ବସ୍ତ୍ର ପଠାଯାଇଛି ମାଧବାନନ୍ଦଙ୍କ ତରଫରୁ ।
ଏହି ମନ୍ଦିରର ମାଧବ ରୂପରେ ବିଷ୍ଣୁ ପୂଜା ପାଆନ୍ତି । ପୁଣି ଦୁର୍ଗା ଏବଂ ବିଷ୍ଣୁଙ୍କ ବାହନ ଗରୁଡ଼ଙ୍କର ପୂଜା କରାଯାଏ । କାହାକୁ ସାପ କାମୁଡ଼ିଲେ ଏଠାରେ ମାନସିକ କରି ଅଧିଆ ପଡ଼ିବା ସହ ମନ୍ଦିର ପରିସରରେ ଥିବା କୂଅରୁ ଅସୁସ୍ଥ ବ୍ୟକ୍ତି ଉପରେ ପାଣି ଢାଳିଲେ ସେ ଭଲ ହୋଇଯାଏ ବୋଲି ଲୋକକଥା ଅଛି ।

 

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

10 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

18 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

33 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

39 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

53 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago