ବେଆଇନ ମାଟି ଖୋଳା ଯାଇଥିବା ଖବର ପାଇ ପହଞ୍ଚିଯାଇଥିଲେ ତହସିଲଦାର, ମାଫିଆ କଲେ ମରଣାନ୍ତକ ଆକ୍ରମଣ

ତହସିଲଦାର ବର୍ତ୍ତମାନ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଛି।ଏହି ଘଟଣାରେ ୮ରୁ ୧୦ ଜଣ ସାମିଲ ଥିବା ସୂଚନା ମିଳିଛି ।

କାମାକ୍ଷାନଗର(କେନ୍ୟୁଜ୍): ପର୍ଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ।ଜେସିବି ଚଢାଇ ଦେବାକୁ ଉଦ୍ୟମ।ପଥରଖମ୍ବ ଗ୍ରାମ ନିକଟରେ ସରକାରୀ ଜମିରୁ ଜେସିବି ମାଧ୍ୟମରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ଖବର ପାଇ ତହସିଲଦାର ଶୁଭ୍ର ପଟେଲ ଚଢାଉ ପାଇଁ ଯାଇଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲ ନିଜ ମୋବାଇଲରେ ଫଟୋ ଉଠାଇବା ବେଳ ସେଠାରେ ଉପସ୍ଥିତ ଥିବା ମାଫିଆ ମାନେ ଆକ୍ରମଣ କରିଛନ୍ତି। ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଛନ୍ତି। ତହସିଲଦାର ବର୍ତ୍ତମାନ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।ରାଜସ୍ବ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଛି।ଏହି ଘଟଣାରେ ୮ରୁ ୧୦ ଜଣ ସାମିଲ ଥିବା ସୂଚନା ମିଳିଛି ।ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମେଡିକାଲରେ ପହଞ୍ଚି ତହସିଲଦାରଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.