ପବିତ୍ର ମାଘମେଳାରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ! ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

(କେନ୍ୟୁଜ): ଆଜି ପବିତ୍ର ମାଘ ସପ୍ତମୀ । ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ମାଘମେଳା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କଡା ସୁରକ୍ଷା ମଧ୍ୟରେ ତିନି ଠାକୁର ମହାପ୍ରଭୁ ତ୍ରିବେଣୀଶ୍ୱର,ଐଶାନେଶ୍ଵର ,ଦକ୍ଷିଣଶ୍ଵର ପାରମ୍ପାରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ପୁଜା ମଣ୍ଡପରେ ପହଞ୍ଚିବା ପରେ ଭୋର ୪-୩୦ରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ମହାସ୍ନାନ କରାଯାଇଛି ।

ଠାକୁର ମାନଙ୍କ ମହାସ୍ନାନ ପରେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଏ ଅବସରରେ ସାଧୁସନ୍ଥଙ୍କ ଦ୍ୱାରା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରୀଣୀରେ ଆଳତୀ କରାଯାଇଥିଲା । ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବାକୁ ହିନ୍ଦୁ ଧର୍ମାବଲମ୍ବୀ ଏହି ପବିତ୍ର ଦିନରେ ବୁଡ ପକାଇ ସୁର୍ଯ୍ୟ ଦର୍ଶନ କରିଥାନ୍ତି । ଚଳିତ ବର୍ଷ ବୁଡକୁ ଶୃଙ୍ଖଳିତ ସହ କରିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.