ଖଣ୍ଡଗିରି ପାଦଦେଶରେ ଚାଲିଛି ହୋମ ସହ ପୂଜାର୍ଚ୍ଚନା, ଶହଶହ ସାଧୁସନ୍ଥଙ୍କର ହୋଇଛି ସମାଗମ

ଭୁବନେଶ୍ବର(କେନ୍ଯୁଜ୍): ପ୍ରସିଦ୍ଧ ମାଘ ସପ୍ତମୀ ମେଳା ପାଇଁ ପ୍ରକମ୍ପିତ ଖଣ୍ଡଗିରି ପାଦଦେଶ । ଚାଲିଛି ହୋମ ସହ ପୂଜାର୍ଚ୍ଚନା । ଋଷିକେଶ, ହରିଦ୍ଵାରରୁ ଆରମ୍ଭ କରି ହିମାଳୟ ପାଦଦେଶର ବିଭିନ୍ନ ଅଞ୍ଚଳରୁ ଶହଶହ ସାଧୁସନ୍ଥଙ୍କ ସମାଗମ ହୋଇଛି । କୋଭିଡ କଟକଣା ପାଇଁ ଚଳିତ ଥର କମ୍‌ ସଂଖ୍ୟକ ସାଧୁସନ୍ଥ ଆସିଛନ୍ତି । ୧୦ ଦିନ ପର୍ଯ୍ୟନ୍ତ ସାଧୁମାନେ ଖଣ୍ଡଗିରିର ବିଭିନ୍ନ ଗୁମ୍ଫା ଓ ଜଙ୍ଗଲରେ ଅବସ୍ଥାନ କରି ବିଶ୍ଵଶାନ୍ତି ପାଇଁ ଅଖଣ୍ଡ ଧୂନି ଢାଳିବେ ।

ବିଶ୍ୱାସ ରହିଛି ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରି ପାହାଡରେ ଜପତପ କଲେ କୋଟି ପୁଣ୍ୟ ମିଳେ । ସେପଟେ ଚଳିତବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ପେଣ୍ଡାଲ କିମ୍ବା ମେଳା ପଡ଼ିବ ନାହିଁ । କାରଣ କରୋନା ସଂକ୍ରମଣକୁ ଦେଖି ଏଥର ଭିଡ଼କୁ ବାରଣ କରିଛି ପ୍ରଶାସନ । କେବଳ ପରମ୍ପରା ରକ୍ଷା ପାଇଁ ସାଧୁସନ୍ଥଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଉଛି । କରୋନା ପାଇଁ ଲଗାତାର ଦୁଇ ବର୍ଷ ହେବ ଖାଁ ଖାଁ ରହିଛି ଖଣ୍ଡଗିରି ମେଳା । ଏହାସହ ବିଶ୍ୱର ମଙ୍ଗଳ କାମନା ପାଇଁ ଭଗବାନଙ୍କୁ ଆରାଧନା କରୁଛନ୍ତି ।

ତେବେ ଖଣ୍ଡଗିରି ମେଳାରେ ବିଏମସିର କିଛି ଅବହେଳାର ଅଭିଯୋଗ ଆଣିଛନ୍ତି ମେଳା ସଦସ୍ୟ । ଏହାସହ ସବୁ କ୍ଷେତ୍ରରେ କଟକଣା କୋହଳ ହେଉଥିବା ବେଳେ ଖଣ୍ଡଗିରି ମେଳାକୁ ସାଧାରଣ ଲୋକଙ୍କ ଉପରେ କଟକଣାକୁ ନା ପସନ୍ଦ କରିଛନ୍ତି ରାଜଧାନୀବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.