ଘଟଗାଁ ମା ତାରିଣୀଙ୍କ ପୀଠରେ ଆଜି ଚାଲିଛି ମହାଅଷ୍ଟମୀ ପୂଜା, ସୁନା ବେଶରେ ସୁସଜ୍ଜିତ ହୋଇଛନ୍ତି ଜଗତଜନନୀ

ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ମାଙ୍କୁ ଯଥା ରୀତି ଅନୁଯାୟୀ ଷୋଡଶ ଉପଚାରରେ ସକାଳୁ ମାଙ୍କର ସ୍ନାନ,ମାର୍ଜଣ,ସକାଳ ଆଳତି, ଯଜ୍ଞ ମଣ୍ଡପରେ ଚଣ୍ଡିପାଠ ପୂର୍ବ ପୂଜାର୍ଚ୍ଚନା କରାଯିବା ସହ ମାଙ୍କୁ ସୁନା ବେଶରେ ସୁସଜ୍ଜିତ କରାଯାଇଛି ।

ତେବେ କୋଭିଡ କଟକଣ ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ପୂଜା କାର୍ଯ୍ଯ ସମାପନ ହୋଇଥିବା ବେଳେ ସାଧାରଣ ଦର୍ଶନାର୍ଥୀ ମାଙ୍କୁ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି । ତେବେ ପ୍ରତେକ ବର୍ଷ ଶାରଦୀୟ ଦୁର୍ଗାପୂଜାଙ୍କ ମାଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ, ମାତ୍ର ଚଳିତ ବର୍ଷ କୋଭିଡ କଟକଣା ପାଇଁ ଭକ୍ତଶୂନ୍ୟ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.