ଶିବରାତ୍ରୀ ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର, ନିର୍ଦ୍ଧାରିତ ସମୟର ୧୫ମିନିଟ ପୂର୍ବରୁ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ନିର୍ଦ୍ଧାରିତ ସମୟର ୧୫ମିନିଟ ପୂର୍ବରୁ ୯ଟା ୪୫ରେ ଉଠିଲା ମହାଦୀପ। ସମର୍ଥାମାନେ ମହାଦୀପକୁ ବେଢାରେ ପରିକ୍ରମା କରାଇବା ପରେ ଉଠିଥିଲା ମହାଦୀପ। ଏହାପୂର୍ବରୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଜାଗର ଜାଳିଥିଲେ। ଏହାସହ ସମସ୍ତେ ମହାଦୀପକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ପାଇଁ ସୁରୁଖୁୁରୁରେ ନୀତିକାନ୍ତି ସରିବା ସହ ମହାଦୀପ ଉଠିଥିଲା । ଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର ଲୋକାରଣ୍ୟ ହୋଇଥିଲା । ଗଗନ ପବନରେ ସଞ୍ଚରୀ ଯାଉଥିଲା ଶିବ ପଞ୍ଚାକ୍ଷରୀ ।