ଦିନକ ପରେ ଜନ୍ମବେଦୀରୁ ବାହୁଡ଼ା ଯାତ୍ରାରେ ବାହୁଡିବେ ମହାବାହୁ

ପୁରୀ: ଜନ୍ମବେଦୀରେ ମହାପ୍ରଭୁଙ୍କ ଲୀଳା ସରି ସରି ଆସୁଛି। ପାଖେଇ ଆସିଲାଣି ଲେଉଟାଣି ବେଳ। ଆଉ ଦିନକ ପରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ବାହୁଡ଼ା ଯାତ୍ରାରେ ବାହୁଡିବେ ମହାବାହୁ। ତିନି ରଥର ଦକ୍ଷିଣ ମୋଡ଼ ସହ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ମହାପ୍ରଭୁଙ୍କୁ ଅପେକ୍ଷା କରି ରହିଛନ୍ତି ତିନି ରଥ।

ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ଆଗରୁ ନାକଚଣା ଦ୍ୱାର ଆଗରେ ଲାଗିଛନ୍ତି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ। ଆସନ୍ତାକାଲି ସାନ୍ଧ୍ୟ ଦର୍ଶନ। ସାଂଧ୍ୟ ଦର୍ଶନ ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି।

You might also like