ଗଞ୍ଜାମ: ମହାରାଷ୍ଟ୍ରରୁ ଆସିଛି ମହାବଳ । ବାଘର ଗତିବିଧି ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର DFO । ବାଘଟି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ଘୁରି ବୁଲୁଛି । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଏସିଏଫଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇଛି । ଦିଗପହଣ୍ଡି ବନାଞ୍ଚଳ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ଲାଗିଛି ଟ୍ରାପ କ୍ୟାମେରା । ଜନବସତିଠାରୁ ଦୂରରେ ଥିବାରୁ ଭୟଭୀତ ହେବାର ନାହିଁ ବୋଲି DFO କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମହାବଳ ବାଘଟି କୌଣସି ମଣିଷକୁ ଆକ୍ରମଣ କରିନାହିଁ । ବର୍ତ୍ତମାନ ସୁଦ୍ଧା ବାଘ ୬ଟି ଗୃହପାଳିତ ପଶୁକୁ ଆକ୍ରମଣ କରି ମାରିଛି । ସେହି ଗୃହପାଳିତ ପଶୁର ମାଲିକ ମାନଙ୍କୁ ୫୮ ହଜାର ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନେଇ ପଦକ୍ଷେପ ନିଆଯାଇଛି । ବାଘକୁ ନେଇ ଫେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ନ କରିବାକୁ ବନବିଭାଗ ନିବେଦନ କରିଛି ।