ଦୀପାବଳିରେ ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୀଠରେ ଉଠିଲା ମହାଦୀପ, ବଡସିଂହାର ବେଶରେ ଦର୍ଶନ ଦେଲେ ବାବା

ଚାନ୍ଦବାଲି(କେନ୍ଯୁଜ୍): ଆଲୋକର ପର୍ବ ଦୀପାବଳି ଓ କାଳି ପୂଜା ଅବସରରେ ପରମ୍ପରା ଅନୁସାରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ପୀଠରେ ଉଠିଛି ମହାଦୀପ । ତେବେ ଦୀପାବଳି ଉପଲକ୍ଷେ ବାବଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅପରାହ୍ନରେ ଭକ୍ତଙ୍କୁ ବଡସିଂହାର ବେଶରେ ଦର୍ଶନ ଦେଇଥିଲେ ଆଖଣ୍ଡଳମଣି ।

ସଂନ୍ଧ୍ୟା ସମୟରେ ଆରମ୍ଭ ହୋଇଥିଲା ମହାଦୀପ ପ୍ରସ୍ତୁତି । ସଂନ୍ଧ୍ୟା ଆଳତି ପରେ ସ୍ୱତନ୍ତ୍ର ପୂଜା ସହ ଷୋଡଷ ଉପଚାର ପୂଜା କରାଯାଇ ମହାଦୀପକୁ ପୂଜା କରାଯାଇଥିଲା । ପରେ ପାଲିଆ ସେବକ ଉକ୍ତ ମହାଦୀପକୁ ମୁଣ୍ଡରେ ମୁଣ୍ଡାଇ ବେଢା ପରିକ୍ରମା କରିବା ପରେ ମନ୍ଦିର ଚୁଡାରେ ମହାଦୀପ ସ୍ଥାପନ କରାଯାଇଥିଲା । ତେବେ ବର୍ଷକର ୨ଥର ଆରଡି ଆଖଣ୍ଡଳମଣି ପୀଠରେ ମହାଦୀପ ଉଠିଥାଏ । କୋଭିଡ କଟକଣା ଥିବାରୁ ଭକ୍ତମାନେ ଦର୍ଶନ କରିପାରିନଥିଲେ ।

ଅନ୍ଯପଟେ, ଗତକାଲି ଆଲୋକର ପର୍ବ ଦୀପାବଳି ଅବସରରେ ଘରେ ଘରେ ଖୁସିର ମହୋଲ ରହିଥିଲା। କରୋନା କଟକଣା ଭିତରେ ପାଳନ ହେଇଥିଲା ଦୀପାବଳି। ତେବେ ଦୀପାବଳି ପାଇଁ ବଡଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ଏହି କଟକଣା ଗତକାଲି ଭୋର ୪ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ଏହାବ୍ୟତିତ ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ପାଇଁ ମଧ୍ୟ ୧୪୪ ଧାରା ଜାରି କରାଯାଇଥିଲାଛି । ଦୀପାବଳି ଅବସରରେ ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଥାନ୍ତି ।

ସକାଳୁ ସଂଧ୍ୟା ଯାଏ ସିଂହଦ୍ୱାର ସମ୍ମୁଖରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ । ହେଲେ ଏଥର ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିହେବନି ବୋଲି ଉପଜିଲ୍ଲାପାଳ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା । କେବଳ କମିଟି ସଦସ୍ୟ ଓ ସେବାୟତଙ୍କୁ ପୀଠକୁ ଅନୁମତି ମିିଳିଥିଲା । ସେହପରି ଗତକାଲି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରଖାଯାଇଥିଲା । ଦୀପାବଳି ବ୍ୟତୀତ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ଦର୍ଶନ ବନ୍ଦ ରଖାଯିବ । କାରଣ ଏହିସବୁ ଦିନ ମାନଙ୍କରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.