ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ,ଦର୍ଶନ କରି ବ୍ରତ ଭାଙ୍ଗିଲେ ଶ୍ରଦ୍ଧାଳୁ

ଭଦ୍ରକ(କେନ୍ୟୁଜ୍) : ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଉତ୍ସବ ମୁଖର ହୋଇ ଉଠିଥିଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭୋର ୪ଟା ୪୦ ମିନିଟ୍‌ରେ ମନ୍ଦିର ଚୂଡ଼ାକୁ ଉଠିଥିଲା ମହାଦୀପ। ହରିବୋଲ ହୁଳୁହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପ ଦର୍ଶନ କରି ଉପବାସ ଭାଙ୍ଗିଥିଲେ। ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପୂର୍ବଦିନ ଭୋର ୪ଟାରେ ମନ୍ଦିର ପହଡ ଖୋଲିବା ପରେ ସମସ୍ତ ନୀତିକାନ୍ତି ସରିଥିଲା। ଗତକାଲି ରାତି ୨ଟା ୩୦ରେ ବାବାଙ୍କ ସୁନାବେଶ କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।