ନିଆରା ବନ୍ଧୁତ୍ୱ ଦିବସ ପାଳନ କଲେ : ଜୟ ମହାକାଳ ଫାଉଣ୍ଡେସନ

ଯାଜପୁର :  ଗଛ ଲଗାଇ ବନ୍ଧୁତା ଦିବସ ପାଳନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟ ସଦସ୍ୟା ।  ଯାଜପୁର ଜିଲ୍ଲା କୋରାଇ ବ୍ଳକ ବନ୍ଦାଳୋ ପଞ୍ଚାୟତର ସ୍ଵେଚ୍ଛାସେବୀ ସଙ୍ଗଠନ ଜୟ ମହାକାଳ ଫାଉଣ୍ଡେସନ ସଦସ୍ୟ ସଦସ୍ୟା ମାନେ ଏକାଠି ହୋଇ ବନ୍ଧୁତା ଦିବସ ଅବସରରେ ଶତାଧିକ ଗଛ ଲଗାଇଛନ୍ତି ।  ବନ୍ଦାଳୋ ପଞ୍ଚାୟତ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀ ପଠା ଓ ପାଖ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି ।  ଗଛ ହିଁ ଆମର ପ୍ରକୃତ ବନ୍ଧୁ ଓ ଗଛ ହିଁ ଆମର ଜୀବନ ଏହି ବାର୍ତ୍ତା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ ହୋଇଥିଲା ।

ବର୍ତ୍ତମାନ ସମୟରେ ଜଣେ ବନ୍ଧୁଟିଏ ପ୍ରତାରଣା କରିପାରେ, ଅସମୟରେ ସାହାଯ୍ୟ ନ କରି ପାରେ ହେଲେ ଗୋଟିଏ ଗଛ କେବେ ଆମ ସହ ପ୍ରତାରଣା କରି ନଥାଏ ।  ଶେଷ ପର୍ଯ୍ୟନ୍ତ ସାହାଯ୍ୟ କରୁଥାଏ ଗଛଟିଏ ।  ଫାଉଣ୍ଡେସନର ସଦସ୍ୟ ବୃକ୍ଷରୋପଣ କରିବା ସହ ବୃକ୍ଷରୋପଣର ମହାତ୍ମ୍ୟ ବିଷୟରେ ପାଖ ଗାଆଁ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ବହୁ ସଂଖ୍ୟକ ସଦସ୍ୟ ସଦସ୍ୟା ତଥା ସଭାପତି ମନୋଜ କୁମାର ଦାସ୍, ସଦସ୍ୟ ଲୋକନାଥ ସେନାପତି, ପ୍ରଦୀପ ଯେନା , ଶୁଭଶ୍ରୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ପୂଜାରାଣୀ ବେହେରା, ଶୁଭଶ୍ରୀ ସେନାପତି, ପ୍ରାର୍ଥନା ଦାସ୍ ଆଦି ଉପସ୍ଥିତ ଥିଲେ । ଏହା ସହ ସ୍ଥାନୀୟ ଗୋପୀନାଥ ପୃଷ୍ଟି ଓ ଅନ୍ୟାନ୍ୟ ଯୁବବର୍ଗ ଆଦି ବୃକ୍ଷରୋପଣ କରି ଗଛ ହିଁ ଆମର ପ୍ରକୃତ ବନ୍ଧୁ ବୋଲି ଆପଣେଇବା ସହ କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like