ମହାକାଳପଡ଼ା ଫେରି ଘାଟରେ ଲୋକଙ୍କଠାରୁ ଚାଲିଛି ମନ ଇଛା ଅର୍ଥ ଆଦାୟ, ଚିନ୍ତାରେ ସ୍ଥାନୀୟ ଲୋକେ
ପ୍ରତିଦିନ ଫେରି ଘାଟରୁ ଆବଶ୍ୟକ ଠାରୁ ଅଧିକ ମହାସୁଲ ଆଦାୟ ନାମରେ ଚଳୁ ହେଉଛି ଲକ୍ଷାଧିକ ଟଙ୍କା । ମହାସୁଲ ବଦଳରେ ଯଦି ପୋଲ ନିର୍ମାଣ ହୁଅନ୍ତା ତେବେ ଜନ ସାଧାରଣ ଏହି ଶୋଷଣରୁ ମୁକ୍ତ ହୁଅନ୍ତେ । ଯେଉଁଥିପାଇଁ ମହାସୁଲ ଆଦାୟ ନେଇ ବର୍ତ୍ତମାନ ଆନ୍ଦୋଳନ ଆରମ୍ଭ ହୋଇଛି ।

ପ୍ରତିଦିନ ଫେରି ଘାଟରୁ ଆବଶ୍ୟକ ଠାରୁ ଅଧିକ ମହାସୁଲ ଆଦାୟ ନାମରେ ଚଳୁ ହେଉଛି ଲକ୍ଷାଧିକ ଟଙ୍କା । ମହାସୁଲ ବଦଳରେ ଯଦି ପୋଲ ନିର୍ମାଣ ହୁଅନ୍ତା ତେବେ ଜନ ସାଧାରଣ ଏହି ଶୋଷଣରୁ ମୁକ୍ତ ହୁଅନ୍ତେ । ଯେଉଁଥିପାଇଁ ମହାସୁଲ ଆଦାୟ ନେଇ ବର୍ତ୍ତମାନ ଆନ୍ଦୋଳନ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନଦୀ ନାଳ ଘେରା ବତୀଘର ପଞ୍ଚାୟତ । ଏହି ପଞ୍ଚାୟତର ଲାଇଫ ଲାଇନ ହେଉଛି ଖରିନାସୀଠାରେ ଥିବା ଏହି ଫେରିଘାଟ । ଯାତାୟତର ସୁବିଧା ପାଇଁ ସ୍ଥାନିୟ ପ୍ରଶାସନ ପକ୍ଷରୁ ଖରିନାସି -ଟୁବି ଫେରିଘାଟରେ ଡ଼ଙ୍ଗାର ବ୍ୟବସ୍ତା କରାଯାଇ ଏହାକୁ ନିଲାମ କରାଯାଇଛି ।
ମାତ୍ର ନିଲାମ ସମୟରେ କରାଯାଇଥିବା ଧାର୍ଯ୍ୟ ମୂଲ୍ୟ ମହାସୁଲର କୌଣସି ଠିକ୍ ଠିକଣା ନାହିଁ । ମନଇଚ୍ଛା ଯାତ୍ରୀଙ୍କ ଠାରୁ ମହାସୁଲ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ଏହି ଫେରିଘାଟ ଦେଇ ଦୈନିକ ଶହ ଶହ ଲୋକ ନିଜର କାମଧନ୍ଦା ପାଇଁ ଫେରୀ ଘାଟରେ ମହାସୁଲ ଦେଇ ଯାତାୟତ କରିଥାନ୍ତି କିନ୍ତୁ ଫେରୀ ଘାଟରେ ନିର୍ଧାରିତ ମହାସୁଲ ଠାରୁ ଅଧିକ ଟଙ୍କା ଯାତ୍ରୀ ମାନଙ୍କ ଠାରୁ ଆଦାୟ ହେଉଛି ବୋଲି ଘାଟ ଆନ୍ଦୋଳନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଖରିନାସି -ଟୁବି ନଦୀ ଉପରେ ସେତୁ ନିର୍ମାଣ ନ ହେବା ଯାଏ ଯାତ୍ରୀ ମାନଙ୍କ ଠାରୁ ମହାସୁଲ ଆଦାୟ ସମ୍ପୂର୍ଣ୍ଣ ବନ୍ଦ କରି ନିଶୁକ୍ଳରେ ଯାତ୍ରୀ ମାନେ ଯାତାୟତ କରିବା ପାଇଁ ଦାବି କରିଛି ଘାଟ ଆନ୍ଦୋଳନ କମିଟି ।
ସ୍ଥାନୀୟ ପ୍ରଶାସନ ଯଦି ଦାବି ପୂରଣ ନ କରନ୍ତି ତେବେ ଏହି ଆନ୍ଦୋଳନ ଆହୁରି ତ୍ରିବତର ହେବ ବୋଲି ଚେତାବନୀ ଦେଇଛି ଘାଟ ଆନ୍ଦୋଳନ କମିଟି । ମହାକାଳପଡା ବ୍ଲକ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପ୍ରାୟ ୧୨ଟି ଫେରିଘାଟ ରହିଛି । ଏସବୁ ଫେରିଘାଟକୁ ପ୍ରଶାସନ ତରଫରୁ ନିଲାମ କରାଯାଇ ଏଥିରୁ ଆଦାୟ ରାଜ୍ବସ ଅର୍ଥକୁ ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି । ମାତ୍ର କେତେଦିନ ଏମିତି ଫେରିଘାଟ ନାମରେ ବେଆଇନ୍ ଭାବେ ଅର୍ଥ ଆଦାୟ କରାଯିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେଣୁ ମହାସୁଲ ବ୍ୟବସ୍ଥାକୁ ବନ୍ଦ କରି ପୋଲ ନିର୍ମାଣ କରାଗଲେ ସ୍ଥାନୀୟ ଅଞ୍ଚଳବାସୀ ଏହି ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ଏବେ ଦାବି କରାଯାଉଛି ।