ମାହେଶ୍ୱରୀ ପୀଠରେ ମହାଖଲା ପୂଜା ଅନୁଷ୍ଠିତ, ସ୍ୱତନ୍ତ୍ର ପରମ୍ପରାରେ ପୂଜା ପାଉଛନ୍ତି ପଞ୍ଚଦେବୀ

ସୁବର୍ଣ୍ଣପୁର: ଚାଲିଛି ପାର୍ବଣ ଋତୁ । ଏ ସମୟରେ ବିଭିନ୍ନ ଶକ୍ତିପୀଠରେ ମାଆଙ୍କ ପୂଜାର୍ଚ୍ଚନା ହୋଇଥାଏ । କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣିମାରେ ସୁବର୍ଣ୍ଣପୁର ଜିଲ୍ଲା କାନପୁର ଗାଁରେ ଥିବା ମାହେଶ୍ୱରୀ ପୀଠରେ ଅନୁଷ୍ଠିତ ହୋଇଥାଏ ମହାଖଲା ପୂଜା । ମାଆ ପରମେଶ୍ୱରୀଙ୍କ ପୀଠରେ ପଞ୍ଚଦେବୀ ପୂଜାରେ ଦେଖିବାକୁ ମିଳେ ସ୍ୱତନ୍ତ୍ର ପରମ୍ପରା ।

ରାଜା ରାଜୁଡା ଅମଳରୁ ସୁବର୍ଣ୍ଣପୁର ଜିଲ୍ଲା କାନପୁର ଗାଁର ମାହେଶ୍ୱରୀ ପୀଠର ରହିଛି ବେଶ ପ୍ରସିଦ୍ଧି । ଜିଲ୍ଲାରେ ମାହେଶ୍ୱରୀ ଏବଂ ଖମ୍ବେଶ୍ୱରୀ ରାଷ୍ଟ୍ର ଦେବୀ ଭାବେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି । ଆଉ ଏମାନଙ୍କ ସହ ପୂଜା ପାଉଛନ୍ତି ନାରାୟଣୀ, ଚାମୁଣ୍ଡା ଏବଂ ନରମୁଣ୍ଡା । ପ୍ରତିବର୍ଷ ଆଶ୍ୱିନ ମାସର ପୂର୍ଣ୍ଣମୀରେ ପଞ୍ଚଦେବୀଙ୍କ ପାଇଁ ଆୟୋଜିତ ହେଉଛି ମହାଖଳା ପୂଜା । ଆଉ ଏହି ପୀଠରେ ଶାରଦୀୟ ପାର୍ବଣ ହେଉଛି ମୁଖ୍ୟ ଆକର୍ଷଣ ।

ମହାଖଲା ପୂଜାରେ ଅରୁଆ ଚାଉଳ, ମନ୍ଦାର ଫୁଲ, ଦହି, ସିନ୍ଦୁର, ହଳଦୀ ଲାଗି ହେଉଥିବା ବେଳେ ୩୨ଶହ ଯୋଡାରୁ ଅଧିକ ବେଲପତ୍ର ଲାଗି ହୁଏ । ପୂଜା ସମୟରେ ଦେବୀଙ୍କୁ ଦହି ଓ ଦହନାରେ ସ୍ନାନ କରାଯାଏ । ପୂଜା ତ୍ରିକୋଣରୁ ଆରମ୍ଭ ହୋଇ ୩୨କୋଣ ଯାଏ ଅନୁଷ୍ଠିତ ହୁଏ । ପ୍ରତ୍ୟେକ ପୂଜା ମଧ୍ୟରେ ବୀଜ ମନ୍ତ୍ର ଓଁ ସ୍ଥାପନା କରାଯାଇଥାଏ । ମାହେଶ୍ୱରୀ ଦେବୀ, ଏବଂ ଖମ୍ବେଶ୍ୱରୀ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତିର ଅନେକ ସମାନତା ରହିଛି । ସେଥିପାଇଁ ଏହି ମହାଖଲା ପୂଜାର ରହିଛି ଅନନ୍ୟ ପରମ୍ପରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.