କଟକ ମହାନଦୀରେ ପୋଲ ଉପରୁ କିଭଳି ଖସିଲା ବସ୍‌? ଏନେଇ କଟକ ଆରଟିଓଙ୍କ ପାଖରେ ରିପୋର୍ଟ ଦାଖଲ କଲା ୩ ଜଣିଆ ତଦନ୍ତକାରୀ ଟିମ୍‌

କଟକ(କେନ୍ୟୁଜ୍) : କଟକ ମହାନଦୀରେ ପୋଲ ଉପରୁ କିଭଳି ଖସିଲା ବସ୍‌ ? କିଏ ଦାୟୀ ? ଏ ନେଇ କଟକ ଆରଟିଓଙ୍କ ପାଖରେ ରିପୋର୍ଟ ଦାଖଲ କରିଛି ୩ ଜଣିଆ ତଦନ୍ତକାରୀ ଟିମ୍‌ । ଆଜି ଏହି ରିପୋର୍ଟ ଜଉମୁଦ ଲଫାଫାରେ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ । ଗତକାଲି ତଦନ୍ତକାରୀ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚି କାରଣ ଖୋଜିଥିଲା ।

bus2ପୋଲ ଉପରୁ ମହାନଦୀକୁ କିଭଳି ଖସିଲା ବସ୍‌ ? ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲା ପରିବହନ ବିଭାଗ । ଗତ ମଙ୍ଗଳବାର ବସ୍‌ ଓଲଟି ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ମର୍ମନ୍ତୁଦ ଦୁର୍ଘଟଣାରେ ଏବେ ଏସସିବି ରେ ୩୮ ଜଣ ଆହତ ଯାତ୍ରୀ ଚିକିତ୍ସିତ ହେଉଛନ୍ତି । ୬ ଜଣ ଗୁରୁତର ଯାତ୍ରୀ ଅଆଇସିୟୁ ରେ, ୩୨ ଆହତ ଯାତ୍ରୀ ସାଧାରଣ ଓ୍ଵାର୍ଡରେ ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.