ମହାନଦୀ ମଝିରେ ଫସିଲା ଡଙ୍ଗା, ଫସି ରହିଛନ୍ତି ଶହେରୁ ଊର୍ଦ୍ଧ୍ୱ ଯାତ୍ରୀ

ମହାନଦୀ ମଝିରେ ଫସିଲା ଡଙ୍ଗା । ୩ ଘଣ୍ଟା ପରେ ମଝି ନଈରୁ ଉଦ୍ଧାର ହେଲେ ଶତାଧିକ ଯାତ୍ରୀ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।

କେନ୍ଦ୍ରାପଡା(କେନ୍ୟୁଜ୍‌) : ମହାନଦୀ ମଝିରେ ଫସିଲା ଡଙ୍ଗା । ୩ ଘଣ୍ଟା ପରେ ମଝି ନଈରୁ ଉଦ୍ଧାର ହେଲେ ଶତାଧିକ ଯାତ୍ରୀ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହାକୂଦ ମୂଷାଡ଼ିଆ ଫେରିଘାଟର ଦୁଇଟି ଡ଼ଙ୍ଗା ଆଜି ଭୋରୁ ଭୋରୁ ବାହାକୁଦ ପଟୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି ପାରାଦୀପ ଅଭିମୁଖେ ଯାଉଥିବା ବେଳେ ମହାନଦୀ ମଝିରେ ଅଟକି ରହିଥିଲା । ଇଞ୍ଜିନ ତ୍ରୁଟି ଯୋଗୁଁ ୨ ଟି ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଫଳରେ ଯାତ୍ରୀମାନେ ମଝି ନଈରେ ଫସି ରହିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି  ।