ମା ଭଟ୍ଟାରିକାଙ୍କ ପୀଠରେ ପ୍ରବେଶ କଲା ମହାନଦୀର ପ୍ରଥମ ବନ୍ୟାଜଳ

ନରସିଂହପୁର : କଟକ ଜିଲ୍ଲା ବଡମ୍ବାର ପ୍ରସିଦ୍ଧ ଠାକୁରାଣୀ ମା ଭଟ୍ଟାରିକାଙ୍କ ପୀଠରେ ମହାନଦୀର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଏହା ସହ ମନ୍ଦିର ବେଢା ଛୁଇଁଛି ବନ୍ୟାଜଳ। ପାଣି ଧୀରେ ଧୀରେ ବଢ଼ୁଥିବାରୁ କିଛି ଘଣ୍ଟାରେ ମନ୍ଦିରରେ ପ୍ରବେଶ କରିବା ବୋଲି ଅନୁମାନ କରାଯାଉଛି । ପ୍ରଶାସନ ଓ ମନ୍ଦିର ସେବାୟତ ପ୍ରସ୍ତୁତ ରହିବା ସହ ମାଆଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରସ୍ତୁତି କରାଯାଉଛି।
ସେପଟେ ମୁଣ୍ଡଳିରେ ହୀରାକୁଦ ପାଣି ପହଞ୍ଚିଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ମୁଣ୍ଡଳିରେ ବିପଦ ସଂକେତ ତଳେ ବନ୍ୟଜଳ ପ୍ରଭାବିତ କରୁଛି । ମୁଣ୍ଡଳିରେ ମୋଟ ୧୦ଟି ଗେଟ, ଗେଟ ଦେଇ ବନ୍ୟା ଜଳ ପ୍ରଭାବିତ ହେଉଛି । ଏଠାରେ ଜଳ ପ୍ରବାହ ୫.୧୦ ଲକ୍ଷ କ୍ୟୁସେକ୍ସ ମଧ୍ୟରେ ରହିବ । ତେଣୁ ବନ୍ୟା ନେଇ କୌଣସି ଭୟ ନାହିଁ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟଯନ୍ତ୍ରୀ ।