କେନ୍ୟୁଜ୍(ବ୍ୟୁରୋ): ମହାନଦୀ ଜଳ ବିବାଦର ସମାଧାନ ପାଇଁ ଚିପଲିମା ଗସ୍ତରେ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ତାର ତୃତୀୟ ପର୍ଯ୍ୟାୟର ଆଜି ଦ୍ୱିତୀୟ ଦିନ କ୍ଷେତ୍ର ପରିଦର୍ଶନ କରିବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଟିମ ହୀରାକୁଦ ବନ୍ଧ ସମେତ ଚିପଲିମା ପାୱାର ହାଉସ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଟିମରେ ଟ୍ରିବ୍ଯୁନାଲ ଅଧ୍ୟକ୍ଷ ଏ.ଏମ ଖାନଉଇଲକରଙ୍କ ନେତୃତ୍ୱରେ ଟିମରେ ଅଛନ୍ତି ତିନି ଜଣ ବିଚାରପତି। ଏହା ସହିତ ଉଭୟ ରାଜ୍ଯର ଜଲସମ୍ପଦ ଅଧିକାରୀ ମାନେ ରହିବେ ।ସେପଟେ ଗତକାଲି ଏହି ଟିମ ହୀରାକୁଦ ଡ୍ୟାମ ବୁର୍ଲା ପାୱାର ହାଉସ, ବ୍ରାହ୍ମଣି ଓ ମହାନଦୀର ମିଳନ ସ୍ଥଳର ପ୍ଲାନ ସହ କିଲାସମା ୱାଟର ପ୍ରୋଜେକ୍ଟକୁ ବୁଲି ଦେଖିଥିଲେ।
ସେହିପରି ଆଜି ଚିପଲିମା ପାୱାର ହାଉସ, ହୀରାକୁଦ କମାଣ୍ଡ ଏରିଆ, ବରଗଡ଼ ଓ ଅତାବିରା କେନାଲ ବୁଲିବାର କାର୍ଯ୍ଯକ୍ରମ ରହିଛି । ଟ୍ରିବ୍ଯୁନାଲର ଗସ୍ତକୁ ନେଇ ଚିପଲିମା ପାୱାର ହାଉସରେ ବ୍ଯାପକ ପ୍ରସ୍ତୁତି କରାଯାଇଛି । ରେଡ କାରପେଟ ସହ ୮ଟି ତମ୍ବୁ ର୍ନିମାଣ କରାଯାଇଛି। ଚିପିଳିମା ପାୱାର ହାଉସକୁ ଆସି ଏଠାରେ ହେଉଥିବା ବିଦ୍ୟୁତ ଉତ୍ପାଦନକୁ ନିରୀକ୍ଷଣ କରିବେ । ବିଦ୍ୟୁତ ଉତ୍ପାଦନରେ କେତେ ପାଣି ଖର୍ଚ୍ଚ ହେଉଛି ତାକୁ ମଧ୍ୟ ନିରୀକ୍ଷଣ କରିବାର ଯୋଜନା ରହିଛି।
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…
ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…
ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…
ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…
ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…