ମେଢ଼ରେ ଖୁବ ଧୂମଧାମରେ ପାଳିିତ ହେଉଛି ମହାମାୟାଙ୍କ ମହାନବମୀ ପୂଜା, ଭକ୍ତଙ୍କ ଭିଡ଼ରେ କମ୍ଫି ଉଠୁଛି ସବୁ ମଣ୍ଡପ

ଶରତରେ ମା’ ଦୁର୍ଗା ପୃଥିବୀପୃଷ୍ଠରେ ଅବତରଣ କରିଥାନ୍ତି। ଏଣୁ ଏ ଅବସରରେ ଚଳଚଞ୍ଚଳ ହୋଇଉଠେ ସବୁ ଦେବୀ ପୀଠ। ବିଭିନ୍ନ ପେଣ୍ଡାଲ ମାନଙ୍କରେ ଦଶହରାରେ ଅସ୍ଥାୟୀ ଦେବୀ ମୂର୍ତ୍ତି ପ୍ରତିଷ୍ଠା କରାଯାଇ ମା’ଙ୍କ ଆରାଧନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଶକ୍ତି। ଦୁଷ୍ଟ ସଂହାରିଣୀ ମା’ ଧରାପୃଷ୍ଠକୁ ଅନ୍ୟାୟ ଅନୀତିକୁ ବିନାଶ କରି ଶାନ୍ତି ତଥା ନ୍ୟାୟ ପ୍ରତିଷ୍ଠା ପାଇଁ ଆସିଥାନ୍ତି। ଯୁଗେ ଯୁଗେ ଯେତେବେଳେ ବି ଧରାପୃଷ୍ଠରେ ଅନ୍ୟାୟ ଅନୀତି ଓ ଖରାପ ଶକ୍ତିଙ୍କ ପ୍ରଭାବ ବଢ଼େ। ମା’ ବିଭିନ୍ନ ରୂପରେ ଆସି ତାହାକୁ ନାଶ କରିଥାନ୍ତି।

ତେବେ ଦଶହରାରେ ଦେବୀଙ୍କ ଆରାଧନା ବିଶେଷ କରି ଷଷ୍ଠୀ ଠାରୁ ଆରମ୍ଭ ହୋଇଥାଏ। ମହାଷଷ୍ଠୀ, ମହାସପ୍ତମୀ, ମହାଅଷ୍ଟମୀ ପରେ ଆଜି ହେଉଛି ମହାମାୟାଙ୍କ ମହାନବମୀ ପୂଜା। ତିଥି ଅନୁଯାୟୀ ଆଜି ପୀଠରେ ମାଆଙ୍କର ଦଶମୀ ପୂଜା ପାଳିତ ହେଉଛି। ତିଥି ଅନୁସାରେ ହିଁ ଏହି ସବୁ ପୂଜା ବିଧି ମୁତାବକ ହୋଇଥାଏ। କିନ୍ତୁ ଚଳିତବର୍ଷର ଦଶହରାରେ ଭକ୍ତଙ୍କ ଭିଡ଼ ଅଧିକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି।

ଧରାବତରଣ କରିଛନ୍ତି ମାଆ ଦୁର୍ଗତିନାଶିନୀ । ଆଜି ପୀଠରେ ଖୁବ ଧୂମଧାମରେ ପାଳିତ ହେଉଛି ଦେବୀଙ୍କର ଦଶମୀ ପୂଜା। ସେହିପରି ଆଜି ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ ପୂଜା । ଘଣ୍ଟ, ଘଣ୍ଟି, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଆଜି ମହାନବମୀରେ କନ୍ୟା ପୂଜନ ପରମ୍ପରା ରହିଛି। ଚାରିଆଡ଼େ ପାର୍ବଣର ମହକ ଭରି ରହିଛି। । ଉତ୍ସବ ମୁଖର ପରିବେଶରେ ଭକ୍ତଙ୍କ ଗହଳି ଜମୁଛି। । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ସମସ୍ତଙ୍କ ମନ ମୋହୁଛି ।

କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ସନ୍ଧ୍ୟା ହେଲେ ମେଢ଼ ଦେଖିବା ପାଇଁ ଭିଡ଼ ବଢ଼ୁଥିବାର ଦେଖିବାକୁ ମିଳୁଛି। । ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦଶହରା ହେଉଥିବାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି। । ଆଜି ମଣ୍ଡପରେ ମାଆଙ୍କ ମହାନବମୀ ପୂଜା ଚାଲିଥିବାବେଳେ ପୀଠରେ ଚାଲିଛି ଦଶମୀ ପୂଜା। ଗତକାଲି ମହାଷ୍ଟମୀ ଥିବାରୁ ପୂଜା ପାଇଁ ମଣ୍ଡପରେ ମହିଳା ମାନଙ୍କ ଭିଡ ଲାଗିଥିଲା। ତେବେ ଆଜି ବର୍ଷା ପୂଜା ମାହୋଲକୁ କିଛିଟା ଫିକା କରିଦେଇଛି ।

ନବରାତ୍ରିର ପ୍ରତ୍ୟେକ ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଏବଂ ସ୍ୱତନ୍ତ୍ର ହୋଇଥାଏ। ପ୍ରତିଦିନ ମା’ ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ଶାରଦୀୟ ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା କରାଯାଏ । ମାତା ସକଳ ପ୍ରକାର ସିଦ୍ଧି ପ୍ରଦାନ କରିଥାନ୍ତି । ଅଷ୍ଟ ସିଦ୍ଧି ଠାରୁ ଅଷ୍ଟାଦଶ ସିଦ୍ଧି ପର୍ଯ୍ୟନ୍ତ ସକଳ ସିଦ୍ଧି କୃପା କରି ପ୍ରଦାନ କରିଥାନ୍ତି ମା । ମା’ ସିଦ୍ଧିଦାତ୍ରୀ ଅସୁରଙ୍କ ଅତ୍ଯାଚାରରୁ ପୃଥିବୀକୁ ମୁକ୍ତ କରିବା ପାଇଁ ଅବତାର ନେଇଥିଲେ। ପ୍ରତିପଦା ତିଥିରେ ମା’ ନବମୀ ତିଥିରେ ମା ଦୁର୍ଗା ବିଭିନ୍ନ ରୂପ ନେଇ ଅସୁରକୁ ବଧ କରନ୍ତି।

ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।

Leave A Reply

Your email address will not be published.