ମାହାଙ୍ଗା ଡବଲ ମର୍ଡର ଘଟଣା: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ, ବେଣା ବୁଦାରୁ ଜବତ ହେଲା ହତ୍ୟାରେ ବ୍ୟବହୃତ ଖଣ୍ଡା

ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତକୁ ନେଇ ଡେମୋ କରାଇଛି ପୋଲିସ । ଘଟଣାସ୍ଥଳକୁ ନେଇ ଡେମୋ କରିଛି ପୋଲିସ । ଶୂକ ନଈ ଡାହାଣ ପାର୍ଶ୍ୱ ବନ୍ଧରେ ଲୁଚାଇଥିବା ବେଣା ବୁଦାରୁ ବ୍ୟବହୃତ ହୋଇଥିବା ଖଣ୍ଡା ଜବତ ହୋଇଛି । ହତ୍ୟାକାଣ୍ଡ କେମିତି ଘଟିଥିଲା, ତାର ସିନ୍‌ ରିକ୍ରିଏସନ କରାଯାଇଛି । ଗତକାଲି ଠାରୁ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।

ସୂଚନା ଥାଉକି, ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଛନ୍ତି କୁଳମଣିଙ୍କ ପୁଅ । ଅପରାଧିଙ୍କୁ ଧରିବା ପାଇଁ ଗଠନ ହୋଇଛି ପାଞ୍ଚଟି ସ୍ୱତନ୍ତ୍ର ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.