ମାହାଙ୍ଗା ଗଣହତ୍ୟା ଘଟଣା : ସତ ଲୁଚାଉଛି କି ଅଭିଯୁକ୍ତ ? ୩ ଦିନିଆ ରିମାଣ୍ଡରେ ଆଣି ତଥ୍ୟ ବାହାର କରିବ ପୋଲିସ

ମାହାଙ୍ଗା (କେନ୍ୟୁଜ): ମାହାଙ୍ଗା କୁସୁପୁର ଗଣହତ୍ୟା ସସପେନ୍ସ ଉପରୁ ପରଦା ହଟିବ । ସତ ଲୁଚାଉଛି କି ଅଭିଯୁକ୍ତ ଶିବ ସାହୁ ? ତାକୁ ରିମାଣ୍ଡରେ ନେଇ ତଥ୍ୟ ବାହାର କରିବ ପୋଲିସ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଗଲା ଶିବ। ରିମାଣ୍ଡରେ ନେଇ ଶିବ ମୁହଁରୁ ହତ୍ୟାକାଣ୍ଡ ନେଇ ଅନେକ କଥା ବାହାର କରିବ ମାହାଙ୍ଗା ପୋଲିସ । କ୍ରାଇମ ସିନ୍‌ ରିକ୍ରିଏସନ୍‌ ବି କରିପାରେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଜଣେ ଲୋକ ଏକାକୀ କେମିତି କଟୁରୀରେ ହାଣି ୫ ଜଣଙ୍କୁ ହାଣି ହତ୍ୟା କଲା ? ସେହିପରି ଆହୁରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ୫ ଜଣଙ୍କୁ ହତ୍ୟା ।

ଅପରାଧ ପଛରେ ଆଉ କେହି ଅଛନ୍ତି କି ? ଗୋଟିଏ ବଖରା ଘରେ ପାଞ୍ଚ ଜଣଙ୍କୁ କଟୁରୀରେ ହାଣି ହତ୍ୟା କରିବା ଜଣଙ୍କ ପକ୍ଷେ ସମ୍ଭବ କି? ପାଖ ପଡ଼ୋଶୀ କେହି କେମିତି ଜାଣିପାରିଲେ ନାହିଁ ? ହତ୍ୟା କରିବା ପୂର୍ବରୁ ସମସ୍ତଙ୍କୁ ନିଶା ଦିଆଯାଇଥିଲା କି ? ହତ୍ୟାକାଣ୍ଡର ମୂଳ କାରଣ ପାରିବାରିକ ସଂପତ୍ତି ବିବାଦ ନା ଆଉ କିଛି ? ପୋଲିସ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.