ମାହାଙ୍ଗା କୁସୁପୁର ହତ୍ୟାକାଣ୍ଡ : ସିବିଆଇ ତଦନ୍ତ ଦାବି କଲେ ମୃତ ଅଲେଖଙ୍କ ଶ୍ୱଶୁର ଘର ଲୋକେ

ମାହାଙ୍ଗା(କେନ୍ୟୁଜ): ମାହାଙ୍ଗା କୁସୁପୁର ଗାଁରେ ୫ଜଣଙ୍କୁ ବୀଭତ୍ସ ହତ୍ୟା ମାମଲାର ରହସ୍ୟ ଭେଦିବା ପୋଲିସ ପାଇଁ ଏତେ ସହଜ ହେଉ ନାହିଁ। ଅଭିଯୁକ୍ତ ଶିବ ସାହୁର ଡାକ୍ତରୀ ମାଇନା ପରେ ଆଜି ତାକୁ ସାଲେପୁର କୋର୍ଟ ଚାଲାଣ କରାଯିବ। ଅଭିଯୁକ୍ତକୁ ରିମାଣ୍ଡରେ ଆଣି କୁସୁପୁର ଗାଁରେ କ୍ରାଇମ ସିନ୍‌ର ରିକ୍ରିଏସନ୍‌ କରିବ। ଏପଟେ ମାମଲାରେ ସିବିଆଇ ତଦନ୍ତ ସହ ଅଭିଯୁକ୍ତକୁୁ ଫାଶୀଦଣ୍ଡ ଦେବାକୁ ମୃତ ଅଲେଖଙ୍କ ଶ୍ୱଶୁର ଘର ଲୋକ ଦାବି କରିଛନ୍ତି ।

ଶିବ ଏକୁଟିଆ ନା ଆଉ କେହି ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି । ଗୋଟିଏ ବଖରା ଘରେ ପାଞ୍ଚ ଜଣଙ୍କୁ ଏକାସଙ୍ଗେ ହତ୍ୟା କରିବା ଜଣଙ୍କ ପକ୍ଷେ ସମ୍ଭବ ନୁହେଁ। ହତ୍ୟା ପୂର୍ବରୁ ସମସ୍ତଙ୍କୁ ନିଶା ଦିଆଯାଇଥିଲା କି? ହତ୍ୟାକାଣ୍ଡର ମୂଳ କାରଣ ଜମି ବିବାଦ ନା ଆଉ କିଛି? ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ତେବେ ପୋଷ୍ଟମୋର୍ଟମ ରିପୋର୍ଟ ମିଳିବା ପରେ ସଂପୂର୍ଣ୍ଣ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ। ଅଭିଯୁକ୍ତ ଶିବ ସାହୁ ବଡ ଭାଇ ପରିବାରର ୫ ଜଣଙ୍କୁ ହାଣି ରକ୍ତର ହୋଲି ଖେଳିଥିଲା। ବଡ଼ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଦୁଇ ପୁତୁରା ଓ ଜଣେ ଝିଆରିକୁ ହତ୍ୟା କରି ଆତ୍ମସମର୍ପଣ କରିଥିଲା ଶିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.