ମାହାଙ୍ଗା ଗଣହତ୍ୟା : ଅଭିଯୁକ୍ତ ଶିବ ସାହୁର ପତ୍ନୀ କହିଲେ ହତ୍ୟା ପଛର କାହାଣୀ

ମାହାଙ୍ଗା(କେନ୍ୟୁଜ): ଅଭିଯୁକ୍ତ ଶିବ ସାହୁର ପତ୍ନୀ କହିଛନ୍ତି ହତ୍ୟା ପଛର କାହାଣୀ । ୧୦ ବର୍ଷ ଧରି ମୃତକ ଆମ ପରିବାରକୁ ହଇରାଣ କରୁଥିଲେ । ଶୌଚାଳୟ ଯିବା ପାଇଁ ଚାବି ମାଗିବାକୁ ନେଇ ଶିବ ଓ ତାଙ୍କ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସ୍ୱାମୀ ମୋତେ ଘରେ ବନ୍ଦ କରି ଦେଇଥିଲେ। ପରେ କବାଟ ଖୋଲି କହିଥିଲେ ବଞ୍ଚିବାକୁ ଚାହୁଁ ଯଦି ପଳା। ମୁଁ ଭୟରେ ଦୌଡି ଘରକୁ ପଳାଇ ଆସିଥିଲି ବୋଲି ଅଭିଯୁକ୍ତ ଶିବର ପତ୍ନୀ କହିଛନ୍ତି ।

ତେବେ କଟକ ଜିଲ୍ଲା ମାହାଙ୍ଗାର କୁସୁପୁର ଗାଁରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା, ନିର୍ବାକ କରିଦେଇଛି ସମସ୍ତଙ୍କୁ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ରାତି ପ୍ରାୟ ୨ଟାରୁ ୩ ଟା ଭିତରେ ବଡଭାଇ, ଭାଉଜ, ଓ ପିଲାମାନେ ଶୋଇଥିବା ରୁମ୍ ଭିତରେ ପଶିଥିଲେ ସାନଭାଇ ଶିବପ୍ରସାଦ ସାହୁ । ହାତରେ କଟୁରୀ ଥିଲା । ରାତିରେ ଏମାନେ ନିଘୋଡ ନିଦରେ ଶୋଇଥିଲେ, ଆଉ ଏହା ଶିବପ୍ରସାଦଙ୍କ ପାଇଁ ସୁଯୋଗ ଥିଲା । ମାତ୍ର କିଛି ସମୟ ଭିତରେ ପୁରା ପରିବାର ସଫା ହୋଇଯାଇଥିଲା । କୁହାଯାଉଛି, ଅନେକ ଦିନ ଧରି ଦୁଇ ଭାଇ ଭିତରେ ଶତ୍ରୁତା ଲାଗିରହିଥିଲା ।

ଏଭଳି ବୀଭତ୍ସ ହତ୍ୟା ବେଳେ ପାଖ ପଡୋଶୀ କେମିତି ସାମାନ୍ୟ ସୁରାକ୍ ବି ପାଇଲେନି ? ଖଣ୍ଡିଏ କଟୁରୀରେ ୫ ଜଣଙ୍କୁ ଏକୁଟିଆ ହତ୍ୟା କରିବା ଏବଂ ସ୍ୱାଭାବିକ ଢଙ୍ଗରେ ଭିିଡ଼ିଓ ଜାରି କରିବା ଶିବ ପକ୍ଷେ କେତେଦୂର ସମ୍ଭବ ? ୫ ଜଣଙ୍କୁ ହତ୍ୟା ପରେ ବି ହତ୍ୟାକାରୀ ଦେହରେ କେମିତି କୌଣସି ସଂଘର୍ଷର ଚିହ୍ନବର୍ଣ୍ଣ ନାହିଁ ? ହତ୍ୟା ପଛରେ ଆଉ କାହାର ସଂପୃକ୍ତି ନାହିଁ ତ ? ପୋଲିସ୍ ଏବେ ଏସବୁ ଦିଗକୁ ଧରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.