କୁସୁପୁର ଗାଁରେ ନରସଂହାର ଘଟଣା: ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କିଏ? ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍

ମାହାଙ୍ଗା(କେନ୍ୟୁଜ): ମାହାଙ୍ଗା କୁସୁପୁର ଗାଁରେ ନରସଂହାର ଘଟଣାର ରହସ୍ୟ ଭେଦିବା ପୋଲିସ ପାଇଁ ଏତେ ସହଜ ହେଉ ନାହିଁ। ହତ୍ୟାକାଣ୍ଡକୁ ନେଇ ଉପୁଜିଥବା ଅନେକ ପ୍ରଶ୍ନର ଉତ୍ତର ମିଳିନାହିଁ। ହତ୍ୟାକାରୀ ଶିବ ଏକୁଟିଆ ନା ଆଉ କେହି ଏହି ହତ୍ୟାକାଣ୍ଡରେ ସହଯୋଗ କରିଛି। ଗୋଟିଏ ବଖରା ଘରେ ପାଞ୍ଚ ଜଣଙ୍କୁ ଏକାସଙ୍ଗେ ହତ୍ୟା କରିବା ଜଣଙ୍କ ପକ୍ଷେ ସମ୍ଭବ ନୁହେଁ। ହତ୍ୟା ପୂର୍ବରୁ ସମସ୍ତଙ୍କୁ ନିଶା ଦିଆଯାଇଥିଲା କି। ହତ୍ୟାକାଣ୍ଡର ମୂଳ କାରଣ ଜମି ବିବାଦ ନା ଆଉ କିଛି। ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ତେବେ ପୋଷ୍ଟମୋର୍ଟମ ରିପୋର୍ଟ ମିଳିବା ପରେ ସଂପୂର୍ଣ୍ଣ ଘଟଣା ପଛର ରହସ୍ୟ ସାମ୍ନାକୁ ଆସିବ।

ଅଭିଯୁକ୍ତ ଶିବ ସାହୁ ବଡ ଭାଇ ପରିବାରର ୫ ଜଣଙ୍କୁ ହାଣି ରକ୍ତର ହୋଲି ଖେଳିଥିଲା। ବଡ଼ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଦୁଇ ପୁତୁରା ଓ ଜଣେ ଝିଆରିକୁ ହତ୍ୟା କରିଥିଲା ଶିବ। ମୃତ ଅଲେଖଙ୍କ ଘରକୁ ପୋଲିସ ପ୍ରଶାସନ ସିଲ୍‌ କରିଛି। ଅଭିଯୁକ୍ତ ଶିବ ସାହୁକୁ ବାଲିଚନ୍ଦ୍ରପୁର ଥାନାରୁ ମାହାଙ୍ଗା ଥାନାକୁ ନେଇଛି ପୋଲିସ। କୁସୁପୁର ଗାଁରେ ଶୋକର ଛାୟା ଖେଳିଯାଇଛି। ୨୦ ବର୍ଷ ଧରି ଶିବ ପ୍ରସାଦ ଓ ଅଲେଖଙ୍କ ଭିତରେ ଜମିଜମା ବିବାଦ ଲାଗି ରହିଥିଲା । ଯେଉଁଥି ପାଇଁ ବିଭିନ୍ନ ସମୟରେ ଲାଗି ରହୁଥିଲା ଝଗଡ଼ା । ପୁରୁଣା ବିବାଦ ଶେଷରେ ୫ ଜଣଙ୍କ ଜୀବନ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.