ବହୁଚର୍ଚ୍ଚିତ ମାହାଙ୍ଗା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଦୈତାରୀ ସ୍ୱାଇଁ ଗିରଫ

ମାହାଙ୍ଗା: ବହୁଚର୍ଚ୍ଚିତ ମାହାଙ୍ଗା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୈତାରୀ ସ୍ୱାଇଁ ଗିରଫ । ତାକୁ ଗିରଫ କରିଛି ମାହାଙ୍ଗା ଥାନା ପୋଲିସ। ଘରୋଇ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଦୈତାରୀ ହିଁ ଏକମାତ୍ର ଅଭିଯୁକ୍ତ ବୋଲି ଅତିରିକ୍ତ ଏସ୍‌ପି ଅଲେଖ ଚନ୍ଦ୍ର ପହି ଓ ସାଲେପୁର ଏସ୍‌ଡିପିଓ ରଣଜିତ୍‌ ପୃଷ୍ଟି କହିଛନ୍ତି।

ଏହା ସହ ମର୍ଡର କରିଥିବା ସ୍ପଟ୍‌ରେ ଡେମୋ ଦେଖାଇଛି ଅଭିଯୁକ୍ତ। କେମିତି ହତ୍ୟା କରିଥିଲା ଅଭିଯୁକ୍ତ ତାହା ଡେମୋରେ ଦେଖାଇଛି । ଗତ ୧୮ ତାରିଖ ଦିନ ପୀଡିତାଙ୍କ ମୃତଦେହ ତାଙ୍କ ଘର ନିକଟ ଏକ ଶୁଖିଲା କେନାଲ ଭିତରୁ ମିଳିଥିଲା। ପରିବାର ଲୋକ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତକୁ ଫାଶୀ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।