ଆଜିଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତଙ୍କ ହେବ କୋଭିଡ ଟିକାକରଣ, ଦୈନିକ ୫୦ଜଣଙ୍କୁ ଟିକା ଦେବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଆଜିଠାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାୟତଙ୍କ ହେବ କୋଭିଡ ଟିକାକରଣ । ପ୍ରତିଦିନ ଦୈନିକ ୫୦ଜଣ ସେବାୟତଙ୍କୁ ଟିକା ଦେବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପ୍ରାୟ ୩ଶହ ସେବାୟତଙ୍କୁ ବିଏମସି ହସ୍ପିଟାଲରେ କୋଭିଡ ଟିକା ଦିଆଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସକାଳ ୧୦ଟାରୁ ଟିକାକରଣ ଆରମ୍ଭ ହେବ । ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ଭୁବନେଶ୍ୱରରେ ୧ଲକ୍ଷ ୭ହଜାର ୬୭୮ଜଣ ଟିକା ନେଇ ସାରିଛନ୍ତି । ଏମାନଙ୍କ ମଧ୍ୟରେ ୪୪ହଜାର ୨୪୪ଜଣ ସ୍ୱାସ୍ଥ୍ୟକର୍ମୀ, ୨୩ ହଜାର ୩୫୫ଜଣ ସମ୍ମୁଖ ଯୋଦ୍ଧା ଓ ୪୦ହଜାର ୭୯ଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯାଇଛି । ୩୧ଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଥିବା ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋଧରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.