Categories: ରାଜ୍ୟ

ଆଜି ନୀଳାଦ୍ରି ବିଜେ : ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

ପୁରୀ: ନୀଳାଦ୍ରିବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଭୋର ୬ଟାରେ ମଙ୍ଗଳ ଆଳତି, ୭ଟାରେ ଅବକାଶ ନୀତି ପରେ ୮ଟା ୩୦ରେ ଗୋପାଳ ବଲ୍ଲଭ, ୯ଟାରେ ସକାଳ ଧୂପ ଓ ସକାଳ ୧୦ଟା ୪୫ରେ ଯାତ୍ରାଙ୍ଗୀ ମହାସ୍ନାନ ପାଇଁ ନୀତିନିର୍ଘଣ୍ଟ ହୋଇଛି। ମଧ୍ୟାହ୍ନ ଧୂପ ୧୧ଟା ୩୦ରୁ ୧୨ଟା ୩୦ ଓ ସଂଧ୍ୟା ଆଳତି ସାଢ଼େ ଗୋଟାଏରେ ହେବ। ସଂଧ୍ୟା ଧୂପ ୨ଟାରୁ ୩ଟା ମଧ୍ୟରେ, ଚାରବନ୍ଧା ୩ଟାରୁ ୫ଟା ମଧ୍ୟରେ ଏବଂ ପହଣ୍ଡି ୫ଟା ୩୦ ରୁ ରାତି ୧୧ଟା ମଧ୍ୟରେ ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ଶ୍ରୀଜିଉଙ୍କ ନୀତି ସଂପାଦନ ହେବାର ସମ୍ଭାବନା ରହିଛି।

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି। ପୁଣି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ରଥରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯିବ।ତେବେ ରଥଯାତ୍ରାରେ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥିବାରୁ ସେ ଅଭିମାନ କରିଛନ୍ତି। ନୀଳାଦ୍ରି ବିଜେ ନୀତି ଅବସରରେ ତାଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗିବାର ପରମ୍ପରା ରହିଛି। ନୀଳାଦ୍ରି ବିଜେ ନୀତି ପାଇଁ ପୁରୀରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରୁ ରଖି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଛି।

ସ୍ୱତନ୍ତ୍ର ଭାବେ ନିର୍ମିତ ତୁମ୍ବାକୃତି ମାଟି ପ୍ରରେ ଅଧର ପଣା ପ୍ରସ୍ତୁତ କରି ଲାଗି କରାଯାଇଥିଲା। ରଥର ପାର୍ଶ୍ୱ ଦେବଦେବୀଙ୍କ ସହ ଅଶରୀରୀମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ପଣାହାଣ୍ଡି ଭଙ୍ଗା ଯାଉଥିବା ବିଶ୍ୱାସ ରହିଛି। ଏହାକୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ବେଶ ଭିଡ଼ ଜମିଥିଲା।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

57 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago