ଖୁବଶୀଘ୍ର ହେବ ମହାପ୍ରସାଦ ଦର ନିୟନ୍ତ୍ରଣ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ୱର : ଖୁବଶୀଘ୍ର ହେବ ମହାପ୍ରସାଦ ଦର ନିୟନ୍ତ୍ରଣ । ମହାପ୍ରସାଦ ଦରଦାମ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଖୁବଶୀଘ୍ର ଶ୍ରୀମନ୍ଦିର ମହାପ୍ରସାଦର ଦରଦାମ ନିୟନ୍ତ୍ରଣ କରାଯିବ । ମହାପ୍ରସାଦ ଦର ଠିକ୍ ରହିଲେ ଭକ୍ତଙ୍କୁ ଅସୁବିଧା ହେବନି । ରେଟ୍ ଚାର୍ଟ କଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ କୁହାଯିବା ପରେ ଯେଉଁ ଯେଉଁ ସମସ୍ୟା ହୋଇଛି, କିଭଳି ସେଥିରେ ସମତୁଲତା ଆସିବ ଓ ମହାପ୍ରସାଦ ଦର ଠିକ୍ ଠାକ୍ ରହିଲେ, ଭକ୍ତଙ୍କ ପାଇଁ ମହାପ୍ରସାଦ ପାଇବା ସମସ୍ୟା ହେବନି, ସେ ବାବଦରେ ଗମ୍ଭୀରତାର ସହ ଚିନ୍ତା କରାଯାଉଛି ଓ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।