ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍

ପୁରୀ : ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ l ପୁରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଦେବେନ୍ଦ୍ର ଫଡନଭିସ୍ ଜଣେ ଭାରତୀୟ ରାଜନେତା ଯିଏ ବର୍ତ୍ତମାନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି l ସେ ମହାପ୍ରଭୁଙ୍କୁ ଦର୍ଶନ କରିଵା ସହ ମା ମହାଲକ୍ଷ୍ମୀ, ବିମଳା ମନ୍ଦିର ଓ ପାର୍ଶ୍ଵଦେବା ଦେବୀ ଙ୍କୁ ଦର୍ଶନ କରି ବେଶ ଖୁସିବ୍ୟକ୍ତ କରିଥିଲେ l ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଶ୍ରୀ ମନ୍ଦିର ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ, ଏସ୍ପି ଏବଂ ଜିଲ୍ଲା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l