ହିଞ୍ଜିଳି: ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ, ଏ. ସୁଦାମଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ମହିଳା

ହିଞ୍ଜିଳି : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ କଞ୍ଚୁରୁ ସମିତି ସଭ୍ୟଙ୍କୁ ଉଠାଇନେଲା ମହାରାଷ୍ଟ୍ର ପୋଲିସ । ସମିତି ସଭ୍ୟ ଏ. ସୁଦାମଙ୍କ ବିରୋଧରେ ମହାରାଷ୍ଟ୍ରର ଅପ୍‌ସରା ଇପିଲି ନାମକ ଜଣେ ମହିଳା ଆଣିଛନ୍ତି ସଂଗୀନ ଅଭିଯୋଗ । ଏ. ସୁଦାମଙ୍କ ବିରୋଧରେ ଧର୍ଷଣ, ଠକେଇ ସହ ବହୁ ସଂଗୀନ ଅଭିଯୋଗ କରିଛନ୍ତି ମହିଳା ଜଣକ ।

ମିଳିଥିବା ସୂଚନା ଅନୁଯାୟୀ ଅପସରା ଇପିଲିଙ୍କ ଅଭିଯୋଗ ପରେ ମହାରାଷ୍ଟ୍ରର ମୋନିପଡା ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ପରେ ହିଞ୍ଜିଳି ପୋଲିସ ସହାୟତାରେ ଏ. ସୁଦାମଙ୍କୁ ଶନିବାର ରାତିରେ ଉଠାଇନେଇଛି ପୋଲିସ୍‌ । ପୋଲିସ ସମସ୍ତ ଅଭିଯୋଗ ଦାଖଲ କରିବା ପରେ ବ୍ରହ୍ମପୁର cjm କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏବେ ମହାରାଷ୍ଟ୍ର ପୋଲିସ ଅଭିଯୁକ୍ତ ସମିତି ସଭ୍ୟଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.