ଆସନ୍ତୁ ଜାଣିବା ମହାଶିବରାତ୍ରୀର ନୀତି ନିର୍ଘଣ୍ଟ

ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ। ଜାଗର ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ। ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ରାତି ୨ଟାରେ ସକାଳ ଧୂପ, ୨ଟା ୪୫ରୁ ୩ଟା ୪୫ ମଧ୍ୟରେ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟାରୁ ୭ଟା ୧୦ ପର୍ୟ୍ୟନ୍ତ ପହୁଡ ଓ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଏହାପରେ ରାତି ୧୦ଟାରେ ମହାଦୀପ ଉଠିବ। ମଙ୍ଗଳବାର ଭୋର ୩ଟା ୩୦ରୁ ସାଢେ ୪ଟା ମଧ୍ୟରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡସିଂହାର ବେଶ ଅନୁଷ୍ଠିତ ହେବ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।