ଏବର୍ଷ ବି କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି, ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ରାତି ୧୦ ଟାରେ ଉଠିବ ମହାଦୀପ

ଭୁବନେଶ୍ବର(କେନ୍ଯୁଜ୍): ଏବର୍ଷ ମଧ୍ୟ କୋଭିଡ କଟକଣା ଭିତରେ ପାଳନ ହେବ ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କଠାରେ ରାତି ୧୦ ଟାରେ ଉଠିବ ମହାଦୀପ । ଗତକାଲି ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନିଯୋଗ ମାନଙ୍କ ଦାବି ନେଇ ବୈଠକରେ ଆଲୋଚନା ହୋଇଛି । ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନେଇ ପୁଣି ଆଲୋଚନା ହେବ । ବୈଠକରେ ଉପସ୍ଥିତ ଥିଲେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡର ସଦସ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.