ଯାଜପୁର : ସବୁଠି ଚାଲିଛି ମାଆଙ୍କ ପୂଜା । ପୂଜା ମଣ୍ଡପରେ ମହାସପ୍ତମୀ ପାଳିତ ହେଉଥିବା ବେଳେ ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପୀଠ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ମହାଷ୍ଟମୀ ପାଳିତ ହେଉଛି । ବଧୂ ବେଶରେ ସଜେଇ ହୋଇଛି ମାଆଙ୍କ ମନ୍ଦିର । ବଡ଼ି ଭୋରୁ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମାଆଙ୍କ ସ୍ନାନ କରାଯିବା ପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା । ଏହି ନବରାତ୍ର ଅବସରରେ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ଚରଣ ସ୍ପର୍ଶ କରିବାକୁ ସୁଯୋଗ ମିଳିଥିବାରୁ ଆଜି ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ।
ରାତ୍ରରେ ହୋମ ଯଜ୍ଞ ସହ ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଛି । ଏଥିସହ ଅପରାହ୍ନରେ ମାଙ୍କ ରଥଯାତ୍ରା ଅନଷ୍ଠିତ ହେବ । ଆଜି ରାତ୍ର ୮.୧୫ରେ ମହାଷ୍ଟମୀ ପାଇଁ ମହାସ୍ନାନ ଅନୁଷ୍ଠିତ ହେବା ସହ ମାଙ୍କ ମହାବେଶ କରାଯିବ । ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଯଜ୍ଞ ପୂର୍ଣାହୁତି କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି ।
ଆହୁରି ପଢନ୍ତୁ : ଧରାପୃଷ୍ଠକୁ ଅବତରଣ କରିଛନ୍ତି ମାଆ ଦୁର୍ଗା: ଆଜି ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମହାସପ୍ତମୀ