ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ମହାସ୍ନାନ, ଜାଣନ୍ତୁ ଏହାର କାରଣ

ପୁରୀ: ଆଜି ପୁରୀରେ ଶ୍ରୀମନ୍ଦିରରେ ଘଟିଛି ଅଘଟଣ ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି ।  ମନ୍ଦିର ଭିତରେ ଜଣେ କର୍ମଚାରୀଙ୍କ ପାଦରେ କାଚ ପଶି ଯିବାରୁ ରକ୍ତ ପଡ଼ି ମହାସ୍ନାନ ହୋଇଛି ।  ସୂଚନା ଅନୁସାରେ, ଆଜି ଶ୍ରୀମନ୍ଦିରର ଜଣେ କର୍ମଚାରୀଙ୍କ ପାଦରେ କାଚର ଖଣ୍ଡ ପଶିଯିବାରୁ ସେ ଆହତ ହୋଇଥିଲେ ।

ଯାହା ଫଳରେ ଶ୍ରୀ ମନ୍ଦିର ଭିତରେ ରକ୍ତ ପଡିଥିଲା । ତେଣୁ ମନ୍ଦିରକୁ ପୁନର୍ବାର ପବିତ୍ର କରିବା ପାଇଁ ଏକ ମହାସ୍ନାନ କିମ୍ବା ପବିତ୍ର ସ୍ନାନ କରାଯାଇଛି ।  ଶ୍ରୀମନ୍ଦିରରେ ଦେବତାମାନଙ୍କର ଏକ ମହାସ୍ନାନ କରାଯାଇଥିଲା ।

Also read: ଆଗାମୀ ୪ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି, ୪୦ ଡିଗ୍ରି ପାର୍‌ ହେଲା ୧୧ଟି ସହରର ତାପମାତ୍ରା