ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା, ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କର ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା । ଯାହାପରେ ଶ୍ରୀଜିଉଙ୍କର ହୋଇଛି ମହାସ୍ନାନ। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପନ୍ନ ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଛି। ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ ।

ସୂଚନା ଅନୁଯାୟୀ, ଆଜି ୫ଟା ୫୦ ମିନିଟ୍‌ ସମୟରେ ଦ୍ୱାର ଫିଟା ନୀତି ହୋଇଥିଲା। ଏବଂ ପରବର୍ତ୍ତୀ ସମୟରେ ୬.୪୫ ମିନିଟ୍‌ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହୋଇଥିଲା। ଏହାପରେ ଶ୍ରୀଜିଉଙ୍କ ମଇଲମ ଓ ତଡ଼ପଲାଗି ହୋଇଥିଲା। ନୀତି ସମ୍ପର୍ଣ୍ଣ ହେବା ପରେ ଅବକାଶ ନୀତି ଚାଲିଥିବା ସମୟରେ ରକ୍ତ ପଡ଼ିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ପରେ ଅବକାଶ ନୀତିକୁ ବନ୍ଦ କରିଦିଆଯାଇଥିଲା। ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Leave A Reply

Your email address will not be published.