ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ, ଯାଜପୁର ଜିଲ୍ଲା ବାଲିପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଯାଜପୁର (କେନ୍ୟୁଜ୍) : ସାରା ଦେଶରେ ପାଳିତ ହେଉଛି ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ । ଏନେଇ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଯାଜପୁର ଜିଲ୍ଳାର ସ୍ୱାଧୀନତା ସଂଗ୍ରାମୀ ମାଟି ବାଲିପଡ଼ିଆରେ ମଧ୍ୟ ଆୟୋଜିତ ହୋଇଯାଇଛି ଗାନ୍ଧୀକଥା କାର‌୍ୟ୍ୟକ୍ରମ । ରାମଧୂନରେ କମ୍ପୁଛି ସ୍ୱାଧୀନତା ସଂଗ୍ରାମୀ ମାଟି ବାଲିପଡ଼ିଆ ଗାଁ ।

ଯାଜପୁର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାଟି ବାଲିପଡ଼ିଆ । ରାମଧୂନରେ କମ୍ପିଉଠୁଛି ପରିବେଶ । ଏହି ମାଟିରେ ଜନ୍ମ ନେଇ ଦେଶ ଓ ଜାତି ପାଇଁ ଜୀବନ ଦେଇଥିଲେ ବଡ଼ଚଣାର ଗାନ୍ଧୀବାଦୀ ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ସହ ଅନେକ ସ୍ୱାଧୀନତା ସଂଗ୍ରାମୀ । ତାଙ୍କରି ସ୍ମୃତିରେ ପ୍ରତିଷ୍ଠା ହୋଇଛି ଠକ୍କର ବାପା ଆଶ୍ରମ । ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଏବଂ ସଂଗ୍ରାମୀ ସରସ୍ୱତୀ ଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ହୋଇଛି ଗାନ୍ଧୀକଥା ଓ ଫଟୋଚିତ୍ର ପ୍ରଦର୍ଶନୀ ।

gandhi

ଗାନ୍ଧୀକଥା କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ଗାନ୍ଧିବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥିଲେ । ଏଥିରେ ମହାତ୍ମା ଗାନ୍ଧୀଙ୍କ ଜୀବନଚର‌୍ୟ୍ୟା ଏବଂ ସାଂପ୍ରତିକ ସମୟରେ ଗାନ୍ଧୀବାଦର ପ୍ରାସଙ୍ଗିକତା ଉପରେ ଆଲୋଚନା କରାଯାଇଥିଲା । ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ମଧ୍ୟ ହୋଇଥିଲା । ଏଥିରେ ବହୁ ଯୁବକ ସାମିଲ ହୋଇଥିଲେ । ରାଜ୍ୟବ୍ୟାପି ଗାନ୍ଧୀକଥା କାର‌୍ୟ୍ୟକ୍ରମ ଜାରି ରହିବ ବୋଲି ସ୍ୱାଧୀନତା ସଂଗ୍ରାମୀ ସମିତିର ସଦସ୍ୟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.