ଟାଙ୍ଗୀ: ବାଜୁଛି ଘଣ୍ଟ ଘଣ୍ଟା। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ଉତ୍ସବ ସ୍ଥଳ। ମହିଳାମାନଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ସମସ୍ତେ ଏକତ୍ରିତ ହୋଇ ମା’ଙ୍କ ଆରାଧନାରେ ନିମଗ୍ନ ରହିଛନ୍ତି । ମନସ୍କାମନା ପୂର୍ଣ୍ଣ ପାଇଁ ଯୋଡ଼ ହସ୍ତରେ ପ୍ରାର୍ଥନା କରୁଛି ଭକ୍ତ । ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ । ଆରାଧ୍ୟ ଠାକୁରାଣୀ ମା’ ରତ୍ନମାଳୀଙ୍କ ପୀଠରେ ଜଗତ କଲ୍ୟାଣାର୍ଥେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏଥିପାଇଁ ଗାଁରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ମା’ଙ୍କ ଶକ୍ତି ଏବଂ ଶ୍ରଦ୍ଧାଳୁଙ୍କ ଭକ୍ତି ମଧ୍ୟରେ ଦୀର୍ଘ ୩ ଦିନ ଧରି ଗାଁରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।
ପ୍ରଥମ ଦିବସରେ ଏକ ବିରାଟ ଶୋଭାଯାତ୍ରାରେ କଳସ ଶୋଭାଯାତ୍ରା କରାଯାଇ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଥିଲା । ଶହଶହ ସଂଖ୍ୟାରେ ପିଲା ଠାରୁ ବୁଢ଼ା ନାମ ସଂକୀର୍ତ୍ତନରେ ବିଭୋର ହୋଇ ନାଚି ଉଠିଥିଲେ ଗାଁ ଦାଣ୍ଡରେ । ଏ ଦୃଶ୍ୟ ହିଁ ବୟାନ କରୁଛି କର୍ମମୟ ଜୀବନରୁ ଟିକିଏ ସମୟ ବହାର କରି ଭଗବାନଙ୍କ ନାମ ଉଚ୍ଚାରଣ କରିବାରେ ରହିଛି ଆତ୍ମତୃପ୍ତି । ଖୋରଧା ଜିଲ୍ଲା ଟାଙ୍ଗି ଗାଁର ଏ ହେଉଛି ଦୃଶ୍ୟ । ଆରାଧ୍ୟ ଠାକୁରାଣୀ ମା’ ରତ୍ନମାଳୀଙ୍କ ମହା ଯଜ୍ଞ ସମାପନ ହୋଇଛି । ଏହି ଅବସରରେ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଇଥିଲା । ସମସ୍ତେ ନିରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ଏଠି ଏକାଠି ହୋଇ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ କରିଛନ୍ତି ।
ମା’ଙ୍କ ଉପରେ ଭକ୍ତ ଶ୍ରଦ୍ଧାଳୁଙ୍କ ରହିଛି ଅଗାଡ଼ ବିଶ୍ୱାସ । ସେମାନଙ୍କ କହିବା କଥା ଯାହା ମନାସିବ ତାହା ନିଶ୍ଚିତ ପୂରଣ ହେବ । ଶେଷ ଦିବସରରେ ମା’ଙ୍କ ଦର୍ଶନ କରିବା ସହିତ ପୀଠରେ ହୋଇଥିବା ଆନନ୍ଦ ବଜାରରେ ଶହ ଶହ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥଲେ ।
ଆଖ ପାଖ ଅଂଚଳର ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ସାହାଯ୍ୟ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ । ସେଥି ମଧ୍ୟରେ ଓଡିଶାରେ ରହିଛି ୧୨ ମାସରେ ୧୩ ପର୍ବ । ପ୍ରତ୍ୟେକ ପ୍ରଥା ପରମ୍ପରା, ପୂଜା ପାଠ ପଛରେ ରହିଛି ଅନେକ କୀମ୍ବଦନ୍ତି । ଯାହା ଆମ ମନରେ ଈଶ୍ୱର ବିଶ୍ୱାସକୁ ଆଜି ଯାଏ ସୁଦୃଢ କରି ରଖିଛି ।
Also Read: ଝିରିପାଣି ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା, ବେଲଘର ରେଞ୍ଜର ନିଲମ୍ବିତ ସୂଚନା