ମହେନ୍ଦ୍ର ଗିରିକୁ ଯିବା ପାଇଁ ଏବେ ପର୍ଯ୍ୟଟକଙ୍କୁ ମନା

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ବିକାଶ ମୂଳକ କାମ ପାଇଁ ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ର ଗିରିକୁ ଏବେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଗଜପତି ଜାଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜନସାଧାରଣଙ୍କୁ ଏ ନେଇ ଅନୁରୋଧ କରାଯାଇଛି ।
ପୁରାଣ ପ୍ରସିଦ୍ଧ ମହେନ୍ଦ୍ର ଗିରି ଅଞ୍ଚଳର ସାମୂହିକ ଉନ୍ନତି ପାଇଁ ସଡ଼କ ନିର୍ମାଣ ନିହାତି ଆବଶ୍ୟକ ଥିଲା । ଅବଶ୍ୟ ସଡ଼କ ନିର୍ମାଣ କାର୍ଯ୍ୟ ଅନେକ ଦିନ ହେବ ଜାରି ରହିଥିଲା । ମାଟି କାମ ଓ ମୋରମ କାମ ପ୍ରାୟତଃ ଶେଷ ହୋଇଥିବା ବେଳେ ପିଚୁ ଓ ନାଳ କାମ ଆରମ୍ଭ ହୋଇଛି । ଗୋଟିଏ ପଟେ ପର୍ଯ୍ଯଟକଙ୍କ ସୁରକ୍ଷା ଅନ୍ୟପକ୍ଷରେ ସଡ଼କ ନିର୍ମାଣରେ ବାଧା ନ ଉପୁଜିବା ପାଇଁ ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସର୍ବସାଧାରଣଙ୍କ ନିମନ୍ତ ମହେନ୍ଦ୍ର ଗିରି ଶିଖରକୁ ଯିବା ପାଇଁ ବାରଣ କରିଛି ।

MAHENDRAGIRI-1

ପରବର୍ତ୍ତୀ ବିଜ୍ଞପ୍ତି ଜାରି ନହେବା ପର୍ଯ୍ଯନ୍ତ ଯାନବାହନ ଧରି ମହେନ୍ଦ୍ର ଗିରି ନଯିବା ପାଇଁ ଅନୁରୋଧ କରାଯାଇଛି । ଏହା ବି କୁହାଯାଇଛି ଯେ ବହୁ ସଂଖ୍ଯାରେ ଯାନବାହନ ମହେନ୍ଦ୍ର ଗିରି ଶିଖରରେ ଭିଡ ଜମାଇ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦୁର୍ବ୍ଯବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.