ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ୪ ଦ୍ୱାରରେ ପ୍ରବେଶ ବ୍ଯବସ୍ଥାକୁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧ

ପୁରୀ(କେନ୍ଯୁଜ୍) : ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ୪ ଦ୍ୱାରରେ ପ୍ରବେଶ କଟକଣାକୁ ବିରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି। ୪ ଦ୍ୱାରରେ ପ୍ରବେଶ ଉପରେ କଟକଣା କରାଗଲେ ସାଧାରଣ ଭକ୍ତ ଓ ସ୍ଥାନୀୟ ବାସିନ୍ଦା ଅସୁବିଧାର ସମୁଖୀନ ହେବେ। ତେଣୁ ଶ୍ରୀମନ୍ଦିର ପକ୍ଷରୁ କଟକଣାକୁ ପ୍ରତ୍ୟାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ସ୍ଥାନୀୟ ଭକ୍ତମାନେ ପରିଚୟପତ୍ର ଦେଖାଇ ପ୍ରବେଶ ବ୍ୟବସ୍ଥାକୁ ମଧ୍ୟ ସେ ବିରୋଧ କରିଛନ୍ତି। କେବଳ ଧାଡିଦର୍ଶନ ବ୍ୟବସ୍ଥା ଶ୍ରୀମନ୍ଦିର ଭିତର ସାତପାହଚ ନିକଟରେ ଲାଗୁ କରିବାକୁ ସେ ପରାମର୍ଶ ଦେଇଛନ୍ତି।

You might also like