ଅନଲାଇନରେ ମହାପ୍ରସାଦ ବିକ୍ରିକୁ ନାପସନ୍ଦ କଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି

ପୁରୀ(କେନ୍ୟୁଜ୍) : ଅନଲାଇନରେ ମହାପ୍ରସାଦ ବିକ୍ରିକୁ ନାପସନ୍ଦ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନଲାଇନ ମାଧ୍ୟମରେ ମହାପ୍ରସାଦ ବିକ୍ରି ହେବା କଥା ନୁହେଁ ବୋଲି କହିଛନ୍ତି। କେତେକ ସଂସ୍ଥା ଅନଲାଇନ ମାଧ୍ୟମରେ ମହାପ୍ରସାଦ ବିକ୍ରି ଓ ମହାପ୍ରଭୂଙ୍କୁ ନିମନ୍ତ୍ରଣ ଜଣାଇବା ନେଇ ପ୍ରଚାର ହୋଇଥିଲା। ଏହା ଉପରେ ସ୍ପଷ୍ଚୀକରଣ ଦେଇ ଅନଲାଇନ ମହାପ୍ରସାଦ ବିକ୍ରି ସହ ନିମନ୍ତ୍ରଣ ପତ୍ର ଗ୍ରହଣ ଉପରେ ଶ୍ରୀମନ୍ଦିର ପ୍ରଶାସନ କଟକଣା ଲଗାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ୱତ୍ୱାଧିକାରୀ ହୋଇଥିବାରୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି ଓ ନିମନ୍ତ୍ରଣପତ୍ର ପ୍ରଦାନ କରିପାରିବା ନାହିଁ ବୋଲି ଗତକାଲି ମନ୍ଦିର ପ୍ରଶାସନ ଗତକାଲି ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲା।