ମହିମା ଧର୍ମ ପୀଠ ଯୋରନ୍ଦା, ଆସନ୍ତା ୧୮ରୁ ବିଶ୍ୱ ପ୍ରସିଦ୍ଧ ମେଳା

ଢେଙ୍କାନାଳ ଜିଲ୍ଲାର ମହିମା ଧର୍ମ ପୀଠ ଯୋରନ୍ଦା । ଏଠାକାର ମହିମା ଗାଦିରେ ରହିଛି ପ୍ରାୟ ଦେଢ଼ଶହ ବର୍ଷ ଧରି ଜଳୁଥିବା ଧୁନି । ସୂଚନା ଅନୁସାରେ ୧୮୭୪ ମସିହା ମାଘ ଶୁକ୍ଳପକ୍ଷ ଚତୁର୍ଦଶୀ ଠାରୁ ଏହି ଧୁନି ଜଳି ଆସୁଛି । ଧୁନି ଓ ଅଖଣ୍ଡ ଜ୍ୟୋତିକୁ ସାଧୁସନ୍ଥମାନ ଜଗି ଆସୁଛନ୍ତି । ଯେତେ ଘାତ ପ୍ରତିଘାତ ଆସିଲେ ମଧ୍ୟ କେବେବି ଲିଭିବାକୁ ଦେଇ ନାହାନ୍ତି ।

MAHIMA DHUNI-1

ସେଥିଲାଗି ଏହି ଅଲୌକିକ ଧୁନିର ପ୍ରତି ବର୍ଷ ବାର୍ଷିକ ଉତ୍ସବ ପାଳନ କରାଯାଏ । ମାଘ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରୁ ତିନି ଦିନ ଧରି ଝାଡ଼ ଜଳାଯିବା ସହ ଏଠାରେ ବିଶାଳ ମେଳା ଲାଗେ । ଯାହା ଆସନ୍ତା ଫେବ୍ରୁଆରୀ ୧୮ତାରିଖରେ ଆରମ୍ଭ େହେବ । ଏହି ସମୟରେ ହଜାର ହଜାର ସାଧୁସନ୍ଥ ଯୋଗ ଦେବେ । ଜଗତର ମଙ୍ଗଳ ପାଇଁ ସମବେତ ପ୍ରାର୍ଥନା କରାଯିବ ।

MAHIMA DHUNI-3
ସାଧୁଙ୍କ ବାଇଟ୍‌-
() ଶତାଧିକ ବଳ୍କଳଧାରୀ ଓ ୫୦୦ରୁ ଅଧିକ କୌପିନଧାରୀ ଏବଂ ଅନ୍ୟ ସାଧୁସନ୍ଥ, ହଜାର ହଜାର ସଂଖ୍ୟାରେ ମହିମା ଭକ୍ତ, ଶ୍ରଦ୍ଧାଳୁ ଏକାଠି ହେବେ । ମୁଖରିତ ହୋଇ ଉଠିବ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଅଞ୍ଚଳ । ରାଜ୍ୟ ତଥା ରାଜ୍ୟ ଓ ଦେଶ ବାହାରୁ ଛୁଟି ଆସିବେ ସାଧୁସନ୍ଥ ଓ ଭକ୍ତ ।

MAHIMA DHUNI-4
ମହିମା ଧର୍ମ ଅନୁସାରେ ଈଶ୍ୱର ହେଉଛନ୍ତି ନିର୍ଗୁଣ, ନିରାକାର । ତାଙ୍କର ଆକାର ନାହିଁ । ସେଥିଲାଗି ଏହି ଧର୍ମାବଲମ୍ବୀମାନେ ମୂର୍ତ୍ତି ପୂଜାରେ ବିଶ୍ୱାସ କରନ୍ତି ନାହିଁ । ଯାହା ଚିରନ୍ତନ ନୁହେଁ, ଯାହା ପରିବର୍ତ୍ତନଶୀଳ ତାକୁ ବିଶ୍ୱାସ କରିବା କଥା ନୁହେଁ ବୋଲି ମହିମା ଧର୍ମର ବାର୍ତ୍ତା । ସାରା ବିଶ୍ୱ ବ୍ରହ୍ମାଣ୍ଡ ଓ ମନୁଷ୍ୟରୁ ଆରମ୍ଭ କରି ଜୀବଜଗତର ମଙ୍ଗଳ ଏବଂ ମୁକ୍ତି ହେଉଛି ମହିମା ଧର୍ମାବଲମ୍ବୀଙ୍କର ଲକ୍ଷ୍ୟ ।

MAHIMA DHUNI-5

ସତ୍ୟ, ଶାନ୍ତି, ଦୟା, କ୍ଷମା ଏସବୁକୁ ଆଧାର କରି ନିଜ କର୍ତ୍ତବ୍ୟ କରିବା ପାଇଁ ପ୍ରବର୍ତ୍ତାଇଥାଏ ମହିମା ଧର୍ମ ।
ସେଥିଲାଗି ସନ୍ଥକବି ତଥା ମହିମାଧର୍ମବଲମ୍ବୀ ଭୀମ ଭୋଇ କହିଯାଇଛନ୍ତି..

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.