ଯାଜପୁର: ନାନକାର ମହିମା ମହୋତ୍ସବ ଉଦଯାପିତ, ବିଶ୍ୱ କଲ୍ଯାଣ ନିମନ୍ତେ ମହିମା ଆଶ୍ରିତ ସାଧୁସନ୍ଥ କଲେ ପ୍ରାର୍ଥନା

ରାଜ୍ଯର ବିଭିନ୍ନ ଅଞ୍ଚଳରୁ ମହିମା ଆଶ୍ରିତ ସାଧୁସନ୍ଥ ମାନେ ଏହି ମହୋତ୍ସବ ରେ ଯୋଗଦେଇ ବିଶ୍ୱ କଲ୍ଯାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ସାଧୁ ମାନଙ୍କ ମହିମା ଅଲେଖ ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନାନ କାର ସ୍ଥିତ ମହିମା ଆଶ୍ରମ ଠାରେ ଚାଲିଥିବା ମହିମା ମହୋତ୍ସବ ଉଦଯାପିତ ହୋଇଯାଇଛି। ରାଜ୍ଯର ବିଭିନ୍ନ ଅଞ୍ଚଳରୁ ମହିମା ଆଶ୍ରିତ ସାଧୁସନ୍ଥ ମାନେ ଏହି ମହୋତ୍ସବ ରେ ଯୋଗଦେଇ ବିଶ୍ୱ କଲ୍ଯାଣ ନିମନ୍ତେ ପ୍ରାର୍ଥନା କରିଥିଲେ। ସାଧୁ ମାନଙ୍କ ମହିମା ଅଲେଖ ଧ୍ୱନିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ମହୋତ୍ସବରେ ପହଞ୍ଚି ଆଶିଷ ଭିକ୍ଷା କରିଥିଲେ। ଏହି ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।