ଥଣ୍ଡା ବୋତଲରେ ମହୁଲି ମଦ, ଚଢ଼ାଉ କରି ଧରିଲା ଦିଗପହଣ୍ଡି ପୋଲିସ୍‌

ଗଞ୍ଜାମ (କେ ନ୍ୟୁଜ୍) : ବର୍ତ୍ତମାନର ଗରମ ଓ ଗୁଳୁଗୁଳିରେ ଲୋକଙ୍କ ହାଲ୍ ବେହାଲ ହେଉଛି । ଏହି ସମୟରେ ଥଣ୍ଡା ବୋତଲଟିଏ ମିଳିଗଲେ ଭାରି ଶାନ୍ତି ଲାଗେ । ହେଲେ ଟିକେ ସତର୍କ ରୁହନ୍ତୁ ଆପଣମାନେ । ଏଇ ଥଣ୍ଡା ବୋତଲରେ ଯେ କେବଳ ମୃଦୁ ପାନୀୟ ବା କୋଲଡ ଡ୍ରିଙ୍କସ୍ ଥିବ ତାର କିଛି ଗ୍ୟାରେଣ୍ଟି ନାହିଁ । ବୋତଲ ଦେଖାଯାଉଥିବ କୋଲଡ୍ ଡ୍ରିଙ୍କସର ହେଲେ ତା ଭିତରେ ଥିବା କିଛି ଖାସ୍ ଜିନିଷ । ଏମିତି କିଛି ଥଣ୍ଡା ପାନୀୟ ବୋତଲ ଜବତ କରିଛି ପୋଲିସ୍ ।

କୋଲଡ୍ ଡ୍ରିଙ୍କସର ବୋତଲରେ ମଦ ଭର୍ତ୍ତି କରି ବିକ୍ରି କରାଯାଉଥିବା ଖବର ପାଇ ପୋଲିସ ସେହି ଘରେ ପହଞ୍ଚି ଚଢାଉ କରିଥିଲା । ବୋତଲ ଉପରେ ସନ୍ଦେହ ହେବାରୁ ଠିପି ଖୋଲିବା ପରେ ଆସିଲା ମହୁଲି ମଦର ବାସ୍ନା । ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ରାଜପୁର ଗାଁରେ ଏହି ଘଟଣା ଘଟିଛି। ପୋଲିସ୍ ଏହି ଘଟଣାରେ ଜଣେ ୬୨ବର୍ଷର ବ୍ୟକ୍ତିଙ୍କୁ ଗିରଫ କରିଛି ।

MADA-2କରୋନା ଲକ୍ ଡାଉନ୍ ପାଇଁ ଗତ କିଛି ଦିନ ହେଲା ଦେଶୀ ମଦ ବିକ୍ରି ବନ୍ଦ କରିଦେଇଛନ୍ତି ସରକାର । କିନ୍ତୁ ସରକାର ମଦ ତିଆରି ଓ ବିକ୍ରି ବନ୍ଦ କରିବା ପରେ କୁଚିଆ ଲାଭବାନ ହୋଇଛନ୍ତି । ଦେଶୀ ମଦ ରାନ୍ଧି ବଜାରକୁ ଛାଡି ଦେଉଛନ୍ତି । ଦୋକାନ ବଜାର ବନ୍ଦ କିନ୍ତୁ ଏହି ସମୟରେ ମଦ ବିକ୍ରି ଭିନ୍ନ ଭିନ୍ନ ତରିକାରେ ହେଉଛି । ପୋଲିସ୍ ବେଳେ ବେଳେ ଚଢାଉ କରି ଅପରାଧୀଙ୍କୁ ଗିରଫ କରୁଛନ୍ତି । ହେଲେ ବିଶେଷ କିଛି ଫରକ ପଡୁନାହିଁ ଚୋରା ବେପାରୀଙ୍କ ଉପରେ ।ଏବେ କୋଲଡ୍ ଡ୍ରିଙ୍କସ୍ ବୋତଲରେ ମହୁଲି ଭର୍ତ୍ତି କରି ବିକୁଛନ୍ତି ଚୋରା ବେପାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.