ଭୁବନେଶ୍ୱର ମହାବୀର ବସ୍ତିର ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ରୁଚିକା ମାର୍କେଟ ନିକଟ ମହାବୀର ବସ୍ତିର ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ନୟାଗଡ଼ ବସଷ୍ଟାଣ୍ଡରୁ ଅଭିଯୁକ୍ତ ଶେଖ ଫରିଦକୁ ଗିରଫ କଲା କମିଶନରେଟ ପୋଲିସ ।

ଗିରଫ ଅଭିଯୁକ୍ତ ଜଣକ କୋଲକାତା ଇଷ୍ଟ ମେଦିନାପୁର ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପଛରେ ପରକିୟା ପ୍ରୀତି ଥିବା ସୂଚନା ମିଳିଛି। ଗତ ସେପ୍ଟେମ୍ବର ୭ ତାରିଖରେ ମହିଳାଙ୍କ ମୃତଦେହ ମିଳିଥିଲା । ଶେଖ ଫରିଦ୍‌ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.