ଅନ୍ଲାଇନ୍ ଆପ୍ ଜରିଆରେ ଠକେଇ ମାମଲାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ
ଅନ୍ଲାଇନ୍ ଆପ୍ ଜରିଆରେ ଠକେଇ ମାମଲାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । କ୍ଲାଉଡ୍ ଫଟ୍ ଆପ୍ ନାମକ ଆପ୍ ମାଧ୍ୟମରେ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ହୋଇଛି । ଅର୍ଥ ରୋଜଗାର ପ୍ରଲୋଭନ ଓ ଏକାଧିକ ପୁଞ୍ଜି ନିବେଶକାରୀଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବାଲେଶ୍ୱର(କେନ୍ୟୁଜ ) : ଅନ୍ଲାଇନ୍ ଆପ୍ ଜରିଆରେ ଠକେଇ ମାମଲାରେ ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ । କ୍ଲାଉଡ୍ ଫଟ୍ ଆପ୍ ନାମକ ଆପ୍ ମାଧ୍ୟମରେ ୧ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ହୋଇଛି । ଅର୍ଥ ରୋଜଗାର ପ୍ରଲୋଭନ ଓ ଏକାଧିକ ପୁଞ୍ଜି ନିବେଶକାରୀଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବାଲେଶ୍ୱର ବ୍ରାଞ୍ଚର ମୁଖ୍ୟ ଭାବେ ବିଭିନ୍ନ ଲୋକଙ୍କୁ ଆପ୍ ଜରିଆରେ ପୁଞ୍ଜି ନିବେଶ କରାଇବାକୁ କହୁଥିଲା ନୀଲେଶ । ଅଧିକାଂଶ ପୁଞ୍ଜି ନିବେଶ କରି ଠକେଇର ଶିକାର ପରେ ପ୍ରଥମେ ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ପୋଲିସ ଓ ପରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।
ଠକେଇ ମାମଲାରେ ବାଲେଶ୍ୱର ବିକାଶ ନଗର ଅଞ୍ଚଳର ନିଲେଶ କରକୁ ଗିରଫ କରି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତରେ ହାଜର କରାଯାଇଥିଲା । ଗିରଫ ପରେ ନୀଲେଶକୁ ଓପିଆଇଡି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚରେ ଆବେଦନ ହୋଇଥିବା ବେଳେ ରିମାଣ୍ଡ ଶୁଣାଣି ଆସନ୍ତାକାଲି ହେବ