୨୩କୋଟି ଟଙ୍କା ଜିଏସଟି ଠକେଇ! ମୈଥାନୀ ଇସ୍ପାତ ଲିମିଟେଡର ଦୁଇ ବରିଷ୍ଠ ଅଧିକାରୀ ଗିରଫ

ଯାଜପୁର(କେନ୍ୟୁଜ୍): ଦ୍ରବ୍ୟ ଓ ସେବାକର-ଜିଏସଟି ଠକେଇ ଅଭିଯୋଗରେ ମୈଥାନୀ ଇସ୍ପାତ ଲିମିଟେଡର ଦୁଇ ବରିଷ୍ଠ ଅଧିକାରୀ ଗିରଫ। ଯାଜପୁର କଳିଙ୍ଗନଗର ଠାରେ ଥିବା ମୈଥାନୀ ଇସ୍ପାତର ୨ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି ଜିଏସଟି ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଦୁଇ ଅଧିକାରୀ ହେଲେ ଅର୍ଥ ବିଭାଗ ଜେନେରାଲ ମ୍ୟାନେଜର ମାନସ ରଞ୍ଜନ ପହି ଓ ଟାକ୍ସେସନ ଏଜିଏମ ସୁରେନ୍ଦ୍ର କୁମାର ପାତ୍ର । ଏମାନେ କଂପାନୀ ପାଇଁ ୨୩କୋଟି ଟଙ୍କା ଜିଏସଟି ଠକେଇ କରିଥିବା ଭୁବନେଶ୍ୱର ଜିଏମଟି ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଗିରଫ ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ସେମାନଙ୍କୁ ୧୪ଦିନିଆ ରିମାଣ୍ଡରେ ନେଇଛି ଜିଏସଟି ଗୁଇନ୍ଦା ନିର୍ଦ୍ଦେଶାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.