ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ଆହତ

ଆଠଗଡ଼ : ମୁଣ୍ଡଳୀ ରାସ୍ତା ଛତାବର ନିକଟରେ ବସ୍ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ୧୦ ଜଣ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାରକରିଛନ୍ତି  ।  ବସ୍ ଟି ଆଠଗଡ଼ରୁ କଟକ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।  ସମସ୍ତ ଆହାତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି । ଆୟୂଷ୍ମାନ ଯୋଜନାର ଶୁଭାରମ୍ଭରେ ଯୋଗ ଦେବାକୁ କଟକ ଯାଉଥିଲେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ : ପୋଲିସ ଜାଳିଦେଲା ପୋଲିସର ଗାଡ଼ି, ହୁତୁହୁତୁ ହୋଇ ଜଳୁଛି ୩ ବାଇକ