ବରଗଡରେ ମେଜର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ ଧ୍ୟାନଚାନ୍ଦଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା
ବରଗଡ଼(କେନ୍ୟୁଜ୍): ବରଗଡ ଇମ୍ଫାରିଆଲ କଲେଜ ଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଶୋକ ଧ୍ୟାନଚାନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଦନା ଦିଆଯାଇଛି । ଅଶୋକ ଧ୍ୟାନଚାନ୍ଦ ହକିର ସ୍ମୃତି ଉଜାଗର କରିବା ସହ ନିଜ ପିତା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ୧୯୭୫ ମହିଳା କ୍ବାଲାଲାମ୍ଫୁର ଠାରେ ବିଶ୍ବକପ ହକିରେ ପାକିସ୍ତାନ ବିପକ୍ଷରେ ଗୋଲ ଉପରେ ସ୍ମୃତି ବଖାଣିଥିଲେ ।
ବିଭିନ୍ନ ସଂଗଠନ ପକ୍ଷରୁ ଅଶୋକ ଧ୍ୟାନଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଇମ୍ଫାରିଆଲ କଲେଜର ଚେୟାରମ୍ଯାନ ଦିପକ ଗୋୟଲଙ୍କ ନେତୃତ୍ବରେ କାର୍ଯ୍ୟକ୍ରମ ହୋଇଥିଲା ।